Below header

ଅର୍ଚ୍ଚନାଙ୍କ ବ୍ଲାକମେଲିଂର ଖିଅ ଖୋଜୁଛି ପୋଲିସ୍, ଲିଙ୍କରେ ଆସିଥିବା ବଡ଼ବଡ଼ିଆଙ୍କୁ କରାଯିବ ଜେରା !

ଭୁବନେଶ୍ୱର(କେନ୍ୟୁଜ୍): ତଦନ୍ତ ଯେତିକି ବଢୁଛି, ଲେଡି ବ୍ଲାକମେଲର୍‌ ଅର୍ଚ୍ଚନା ନାଗର ଗୁମର ପେଡ଼ି ସେତିକି ଖୋଲୁଛି । ସାମାନକୁ ଆସୁଛି ନୂଆ ନୂଆ ତଥ୍ୟ । ଅର୍ଚ୍ଚନା ଏବେ ଜେଲ ହାଓ୍ଵା ଖାଉଥିବା ବେଳେ ତାଙ୍କର ବ୍ଲାକମେଲିଂର ଖିଅ ଖୋଜୁଛି ପୋଲିସ । ତାଙ୍କ ଲିଙ୍କରେ ଥିବା ପ୍ରତିଷ୍ଠିତ ବ୍ୟକ୍ତିଙ୍କ ତାଲିକା ଲମ୍ବିବାରେ ଲାଗିଛି । ଆଗକୁ ଅର୍ଚ୍ଚନାଙ୍କ ଲିଙ୍କରେ ଆସିଥିବା ବଡ଼ବଡ଼ିଆଙ୍କୁ ଜେରା କରିପାରେ ପୋଲିସ । ଅର୍ଚ୍ଚନାଙ୍କ ଡାଏରୀରୁ ୫୦ ଜଣ ପ୍ରତିଷ୍ଠିତ ବ୍ୟକ୍ତିଙ୍କ ତାଲିକା ପୋଲିସ ହାତରେ ଲାଗିଥିବା ସୂଚନା ମିଳିଛି ।

୨ ଜଣ ଖଣି ମାଲିକ ଓ ଦୁଇ ବରିଷ୍ଠ ସରକାରୀ ଅଧିକାରୀଙ୍କୁ ସେ ମଉକା ଦେଖି ଫଶାଇବାକୁ ଯୋଜନା କରିଥିଲେ । କେଉଁମାନେ ତାଙ୍କର ବ୍ଲାକମେଲିଂର ଶିକାର ହୋଇଥିଲେ ? କିଭଳି ସେମାନଙ୍କୁ ନିଜ ମାୟାଜାଲରେ ଫସାଇଥିଲେ ମାୟାବିନୀ ଅର୍ଚ୍ଚନା ? ଡିଲ୍‌ ଗ୍ୟାଙ୍ଗରେ ତାଙ୍କ ସହ ଆଉ କେଉଁମାନେ ଥିଲେ ? କେମିତି ଓ କେଉଁ ଉପାୟରେ ଟଙ୍କା ହାତଉଥିଲେ ଅର୍ଚ୍ଚନା ? ବ୍ଲାକମେଲ୍‌ କରି କାହା ପାଖରୁ କେତେ ଟଙ୍କା ଝଡ଼ାଇଛନ୍ତି ? ତାଙ୍କ ଜାଲରେ ଫସିଥିବା ବଡ଼ବଡ଼ିଆଙ୍କୁ ପୋଲିସ ତଦନ୍ତ ପରିସରଭୁକ୍ତ କରିପାରେ ବୋଲି ସୂଚନା ମିଳିଛି । ରାଜନେତା, ବ୍ୟବସାୟୀ, ଫିଲ୍ମ ପ୍ରଯୋଜକ, ବିଲଡର ଆଦିଙ୍କୁ ପଚରାଉଚରା ହେବ ।

ସେହିପରି ଅର୍ଚ୍ଚନାଙ୍କ ମନି ଟ୍ରେଲ୍‌ ବା ଟଙ୍କା କାରବାରର ଖୋଳତାଡ କରିପାରେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ । ଇଡିକୁ ଅର୍ଚ୍ଚନାଙ୍କ ବେଆଇନ୍‌ ସମ୍ପତ୍ତିର ଯାଞ୍ଚ ପାଇଁ ନିର୍ଦ୍ଦେଶ ଦେବାକୁ ହାଇକୋର୍ଟରେ ଜନସ୍ୱାର୍ଥ ମାମଲା ବି ହୋଇଛି । କ୍ରାଇମବ୍ରାଞ୍ଚର ଅର୍ଥନୈତିକ ଅପରାଧ ଶାଖା ବି ଖୋଳତାଡ କରିବା ନେଇ ସୂଚନା ମିଳିଛି ।

ବଡ଼ ବଡ଼ିଆଙ୍କୁ ଜେରା ହେଲେ ଅର୍ଚ୍ଚନାଙ୍କ କଳା ସାମ୍ରାଜ୍ୟର ଅଧିକ ରହସ୍ୟ ପଦାକୁ ଆସିବ । ସେପଟେ ଅର୍ଚ୍ଚନା କରିଥିବା ଜାମିନ ଆବେଦନ ଉପରେ ଆଜି ରାୟ ଆସିପାରେ । ଗତକାଲି ଜାମିନ ଆବେଦନର ଶୁଣାଣି କରି ରାୟ ସଂରକ୍ଷିତ ରଖିଥିଲେ ଭୁବନେଶ୍ୱର ଏସଡିଜେଏମ୍‌ କୋର୍ଟ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.