ଖୋଲୁଛି ଇଡକୋ ଚିଫ୍ ଜେନେରାଲ ମ୍ୟାନେଜରଙ୍କ ସମ୍ପତ୍ତି ପେଡ଼ି, ୭କୋଟିରୁ ଅଧିକ ସ୍ଥାବର ଓ ଅସ୍ଥାବର ସମ୍ପତ୍ତି ଠାବ

ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଇଡକୋ ସିଜିଏମ୍ ସରୋଜକାନ୍ତ ମହାନ୍ତିଙ୍କର ଏକାଧିକ କୋଠା ଓ ପ୍ଲଟ ଠାବ ହୋଇଛି । ୭କୋଟିରୁ ଅଧିକ ସ୍ଥାବର ଓ ଅସ୍ଥାବର ସମ୍ପତ୍ତି ଠାବ ହେଲାଣି । ଜବତ କୋଠା, କମ୍ପ୍ଲେକ୍ସ ଓ ଆପାର୍ଟମେଣ୍ଟର ମୂଲ୍ୟ ୩ କୋଟିରୁ ଅଧିକ ଟଙ୍କା ହେବ ।

ଭୁବନେଶ୍ୱର(କେନ୍ୟୁଜ) : ଭିଜିଲାନ୍ସ ରେଡରୁ ଖୋଲୁଛି ଇଡକୋ ଚିଫ୍ ଜେନେରାଲ ମ୍ୟାନେଜରଙ୍କ ସମ୍ପତ୍ତି ପେଡ଼ି । ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଇଡକୋ ସିଜିଏମ୍ ସରୋଜକାନ୍ତ ମହାନ୍ତିଙ୍କର ଏକାଧିକ କୋଠା ଓ ପ୍ଲଟ ଠାବ ହୋଇଛି । ୭କୋଟିରୁ ଅଧିକ ସ୍ଥାବର ଓ ଅସ୍ଥାବର ସମ୍ପତ୍ତି ଠାବ ହେଲାଣି ।

କଟକ ମହାନଦୀବିହାରରେ ରହିଛି ୬ହଜାର ୨୦୦ ବର୍ଗଫୁଟର ତିନି ମହଲା କୋଠା । ଯାଜପୁର ଜିଲ୍ଲା ଧର୍ମଶାଳାର ବ୍ରହ୍ମବରଦାରେ ରହିଛି ୩ହଜାର ୩୦୦ ବର୍ଗଫୁଟର ଦୁଇ ମହଲା ବିଲଡିଂ । ଭୁବନେଶ୍ବର ଶୈଳଶ୍ରୀ ବିହାର ଓ ବାରଙ୍ଗ ପାଟପୁରରେ ଥ୍ରୀ BHK ଫ୍ଲାଟ ଅଛି । ଜବତ କୋଠା, କମ୍ପ୍ଲେକ୍ସ ଓ ଆପାର୍ଟମେଣ୍ଟର ମୂଲ୍ୟ ୩ କୋଟିରୁ ଅଧିକ ଟଙ୍କା ହେବ । ୧୦ଟି ପ୍ଲଟ ମଧ୍ୟରୁ ଭୁବନେଶ୍ବର ଓ କଟକର ପ୍ରାଇମ୍ ଲୋକେସନରେ ଅଛି ୭ଟି ପ୍ଲଟ ।

ସେହିପରି ତାଙ୍କର ବିଭିନ୍ନ ବ୍ୟାଙ୍କରେ ଥିବା ଏକାଧିକ ଆକାଉଣ୍ଟ ଓ ଇନସ୍ୟୁରାନ୍ସ ଜମା ଠାବ ହୋଇଛି । ସେଥିରେ ଜମା ରହିଛି ୭୦ଲକ୍ଷ ୫୫ହଜାରରୁ ଅଧିକ ଟଙ୍କା । ଘରୁ ନଗଦ ଟଙ୍କା, ୭୦୩ ଗ୍ରାମର ସୁନାଗହଣା ଓ ସାଢ଼େ ୨୦ ଲକ୍ଷ ଟଙ୍କାର ଦାମୀ ଆସବାବପତ୍ର ମଧ୍ୟ ଜବତ କରାଯାଇଛି । ଅଫିସ, ଘର ସମେତ ଏକକାଳୀନ ୭ଟି ସ୍ଥାନରେ ଚଢାଉ ହୋଇଥିଲା । ଆୟ ବହିର୍ଭୂତ ସମ୍ପତ୍ତିର ହିସାବ ଚାଲିଛି । ଏହି ପରିମାଣ ଆଗକୁ ଆହୁରି ଅଧିକ ହୋଇପାରେ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.