ଘନ କୁହୁଡି ଯୋଗୁ ଦିଲ୍ଲୀର ବିଭିନ୍ନ ସ୍ଥାନରେ ଜିରୋ ଭିଜିବିଲିଟି, ଦିଶୁନି ରାସ୍ତାଘାଟ

କୁହୁଡ଼ି ଚାଦର ତଳେ ରାଜଧାନୀ ଦିଲ୍ଲୀ । ଚାରିଆଡ଼େ ଘନ କୁହୁଡ଼ିର ଆସ୍ତରଣ । ଦିଶୁନି ରାସ୍ତାଘାଟ । ଘନ କୁହୁଡି ଯୋଗୁ ଦିଲ୍ଲୀର ବିଭିନ୍ନ ସ୍ଥାନରେ ଜିରୋ ଭିଜିବିଲିଟି ସ୍ଥିତି ଦେଖା ଦେଇଛି ।

ଥଣ୍ଡାରେ ଥରୁଛି ସାରା ଉତ୍ତର ଭାରତ । କୁହୁଡ଼ି ଚାଦର ତଳେ ରାଜଧାନୀ ଦିଲ୍ଲୀ । ଚାରିଆଡ଼େ ଘନ କୁହୁଡ଼ିର ଆସ୍ତରଣ । ଦିଶୁନି ରାସ୍ତାଘାଟ । ହାତ ପାହାନ୍ତାରୁ କିଛି ବି ଜିନିଷ ଦେଖାଯାଉନି । ଖାଲି ଆଖିରେ କିଛି ମିଟର ଦୂରକୁ ଦେଖିବା ବି ସମ୍ଭବ ନୁହେଁ । ଘନ କୁହୁଡି ଯୋଗୁ ଦିଲ୍ଲୀର ବିଭିନ୍ନ ସ୍ଥାନରେ ଜିରୋ ଭିଜିବିଲିଟି ସ୍ଥିତି ଦେଖା ଦେଇଛି ।

ଦିଲ୍ଲୀ ଏନସିଆର୍, ଆଇଟିଓ, ସଫଦରଦଙ୍ଗ ଆଦି ଅଞ୍ଚଳରେ ଲୋକଙ୍କୁ କଲବଲ କରୁଛି ଘନ କୁହୁଡି । ଗମନାଗମନ ଗୁରୁତର ଭାବରେ ପ୍ରଭାବିତ ହୋଇଛି । ପ୍ରବଳ ଥଣ୍ଡାରେ ଜନଜୀବନ ଅସ୍ତବ୍ୟସ୍ତ ହୋଇଥିବା ବେଳେ ବହୁ ଟ୍ରେନ ଓ ବିମାନ ଚଳାଚଳ ବିଳମ୍ବ ହୋଇଛି । ବିଳମ୍ବରେ ଚାଲିଛି ଅନେକ ଟ୍ରେନ୍ । ପାଣିପାଗ ବିଭାଗ ପୂର୍ବାନୁମାନ କରିଛି, ଉତ୍ତର ପଶ୍ଚିମ ଭାରତର ବିଭିନ୍ନ ରାଜ୍ୟରେ ଆସନ୍ତା ୨-୩ ଦିନ ଯାଏ କୋହଲା ପାଗ ସହ ଘନ କୁହୁଡ଼ି ଜାରି ରହିବ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.