Below header

ନବରଙ୍ଗପୁରରେ ୮ ଜଣ ଗଞ୍ଜେଇ ମାଫିଆଙ୍କ ଠାରୁ ୪ କୋଟି ୭୭ ଲକ୍ଷ ଟଙ୍କାର ସମ୍ପତ୍ତି ଜବତ

ନବରଙ୍ଗପୁର(କେନ୍ୟୁଜ ବ୍ୟୁରୋ) : ଆଉ ବର୍ତ୍ତି ପାରିବେନି ଗଞ୍ଜେଇ ମାଫିଆ । ଗଞ୍ଜେଇ ମାଫିଆଙ୍କ ସମ୍ପତ୍ତି ଜବତ । ନବରଙ୍ଗପୁର ଜିଲ୍ଲାର ତିନି ଗଞ୍ଜେଇ ମାଫିଆଙ୍କ ସମେତ ୮ ଜଣଙ୍କ ମାଲିକାନାରେ ଥିବା ୪ କୋଟି ୭୭ ଲକ୍ଷ ଟଙ୍କାର ସ୍ଥାବର ଓ ଅସ୍ଥାବର ସମ୍ପତ୍ତି ଜବତ କରିଛି ପୋଲିସ । କମ୍ପିଟେଣ୍ଟ ଅଥରିଟି, କୋଲକାତାଙ୍କ ନିର୍ଦ୍ଦେଶ କ୍ରମେ ସିଲ କରିଛି ପୋଲିସ ।

ମାଫିଆମାନେ ଜିଲ୍ଲା ତଥା ପଡ଼ୋଶୀ ଜିଲ୍ଲାରୁ କୋଟି କୋଟି ଟଙ୍କାର ଗଞ୍ଜେଇ ବାହାର ରାଜ୍ୟକୁ ଗଞ୍ଜେଇ କାରବାର କରୁଥିଲେ । ଲକ ଡାଉନ ପରେ ପରେ ମାଫିଆଙ୍କ ପ୍ରାଦୁର୍ଭାବ ବଢ଼ିବାରେ ଲାଗିଥିଲା । କୌଣସି ସୂତ୍ରରୁ ଖବର ପାଇ ପୋଲିସ ଗଞ୍ଜେଇ ସହ ଗାଡି ଗୁଡିକୁ ଜବତ କରିଥିଲା । ଏହାସହ ମାଫିଆଙ୍କ ବିରୋଧରେ ଦୃଢ଼ ପଦକ୍ଷେପ ନେଇଛି ପୋଲିସ ।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.