ଯାଜପୁର : ଭାଉଜ ହତ୍ୟାକାରୀ ଦିଅରକୁ ଆଜୀବନ କାରାଦଣ୍ଡାଦେଶ ଦେଲେ ବିଚାରପତି

ଯାଜପୁର ଟାଉନ (କେନ୍ୟୁଜ୍‌) : ହତ୍ୟାକାରୀକୁ ଆଜୀବନ କାରାଦଣ୍ଡ । ଯାଜପୁର ଜିଲ୍ଲା ମଙ୍ଗଳପୁର ଥାନା ଈଶ୍ୱରପୁର ଗାଁରେ ଭାଉଜକୁ କୁରାଢ଼ୀରେ ହାଣି ହତ୍ୟା ଘଟଣାର ରାୟ ପ୍ରକାଶ ପାଇଛି । ଅଭିଯୁକ୍ତ ଦିଅର ଚିତ୍ତରଞ୍ଜନ ତ୍ରିପାଠୀକୁ ଆଜୀବନ କାରାଦଣ୍ଡାଦେଶ ଶୁଣାଇଛନ୍ତି ଯାଜପୁର ଜିଲ୍ଲା ଦୌରାଜଜ୍।

ଗତ ୩୧.୫. ୨୦୧୮ ମସିହାରେ ଘରୋଇ କଳିକୁ କେନ୍ଦ୍ର କରି ଚିତ୍ତରଞ୍ଜନ ତାର ଭାଉଜ ମଧୁସ୍ମିତା ମିଶ୍ରଙ୍କୁ କୁରାଢ଼ୀରେ ହାଣି ହତ୍ୟା କରିଥିଲା । ଏହି ଘଟଣାରେ ମଙ୍ଗଳପୁର ଥାନା ପୋଲିସ ହତ୍ୟା ମାମଲା ରୁଜୁ କରି ଅଭିଯୁକ୍ତ ଦିଅରକୁ ଗିରଫ କରି କୋର୍ଟ ଚାଲାଣ କରିଥିଲା । ଜିଲ୍ଲା ଦୌରାଜଜ୍ କୋର୍ଟରେ ଏହାର ବିଚାର ଚାଲିଥିଲା । ଆଜି ଅଭିଯୁକ୍ତ ଚିତ୍ତରଞ୍ଜନକୁ ବିଚାରପତି ଆଜୀବନ କାରାଦଣ୍ଡାଦେଶ ଶୁଣାଇବା ସହିତ ୧୦ ହଜାର ଟଙ୍କା ଜରିମନା ଆଦେଶ ଦେଇଛନ୍ତି ଜିଲ୍ଲା ଦୌରାଜଜ୍ ବିରଞ୍ଚି ନାରାୟଣ ମିଶ୍ର।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.