ଏଠି ସୁନ୍ଦର ସନ୍ତାନ ଲାଳସାରେ ମହିଳାମାନେ କରିଥାନ୍ତି ଏଭଳି ଭୟଙ୍କର କାମ, ଆପଣ ଜାଣିଲେ ଆପଣଙ୍କ ଲୋମ ଟାଙ୍କୁରି ଉଠିବ

ସବୁ ମହିଳାଙ୍କର ସ୍ବପ୍ନ ରହିଥାଏ କି, ତାଙ୍କର ଏକ ସୁନ୍ଦର ସନ୍ତାନ ଜନ୍ମ ହେଉ। କିନ୍ତୁ ଏହି ସ୍ଥାନରେ ସୁନ୍ଦର ସନ୍ତାନ ପାଇବା ପାଇଁ ଅଗ୍ନି ପରୀକ୍ଷା ଦେବାକୁ ପଡ଼ିଥାଏ। ଚୀନରେ ଚାଲିଆସିଥିବା ଏମିତି ଏକ ଅଦ୍ଭୁତ ପରମ୍ପରା ବିଷୟରେ ଜାଣିଲେ ଆପଣଙ୍କ ଲୋମ ଟାଙ୍କୁରି ଉଠିବ। ଚୀନର ଏକ ସମ୍ପ୍ରଦାୟର ମହିଳାମାନେ ବିବାହ ପରେ ସୁନ୍ଦର ସନ୍ତାନ ପାଇବା ଆଶାରେ ଜଳନ୍ତା ଅଙ୍ଗାର ଉପରେ ଚାଲିଥାନ୍ତି।

a

ବିଶ୍ୱାସ ରହିଛି, ଯେତେ ଦୂର ପର୍ଯ୍ୟନ୍ତ ମହିଳା ଏହି ନିଆଁ ଉପରେ ଚାଲିବେ, ତାଙ୍କର ସେତିକି ହିଁ ସୁନ୍ଦର ସନ୍ତାନ ଜନ୍ମ ହେବ। ଏହି କାମ ପାଇଁ ଲୋକେ ସେମାନଙ୍କ ବନ୍ଧୁବାନ୍ଧବଙ୍କୁ ମଧ୍ୟ ନିମନ୍ତ୍ରଣ ଦେଇଥାନ୍ତି ଏବଂ ଏହାକୁ ଉତ୍ସବ ରୂପେ ପାଳନ କରାଯାଇଥାଏ।

fg

କିଛି ମହିଳା ଏହି ପରମ୍ପରା ମାନିବାକୁ ରାଜି ହୋଇ ନ ଥାନ୍ତି। ଏଥିପାଇଁ ସେମାନଙ୍କୁ ଅନ୍ୟ ମହିଳାମାନେ ଉସୁକାଇଥାନ୍ତି। ହେଲେ ନିଆଁ ଡରରେ ମା’ ହେବା ପାଇଁ ଚାହୁଁଥିବା ମହିଳାମାନେ ବେହୋସ ହୋଇଯାଆନ୍ତି। କିନ୍ତୁ ଯେତେବେଳେ ହୋସ ଆସିଥାଏ, ତାଙ୍କୁ ଏହି କାମ କରିବାକୁ ପଡ଼ିଥାଏ। ତେବେ ସରକାର ଏଭଳି ଅଜବ ପରମ୍ପରାକୁ ବନ୍ଦ ତ କରିଦେଇଛନ୍ତି, ତଥାପି ଦୂର ଦୂରର କିଛି ଗାଁରେ ଏବେ ବି ଏହା ଚାଲିଆସୁଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.