Below header

ଭୁବନେଶ୍ୱର ରାସ୍ତାରେ ଅଭାବନୀୟ ଘଟଣା: ବନ୍ଦ ବେଳେ ଆମ୍ବୁଲାନ୍ସକୁ ବି ଛାଡ଼ିଲେନି ଆନ୍ଦୋଳନକାରୀ

ଭୁବନେଶ୍ୱର(କେନ୍ୟୁଜ):  ବନ୍ଦ ବେଳେ ଫସିଗଲା ଆମ୍ବୁଲାନ୍ସ । ଆମ୍ବୁଲାନ୍ସକୁ ବି ଛାଡ଼ିଲେନି ଆନ୍ଦୋଳନକାରୀ । ଶେଷରେ ରୋଗୀଙ୍କୁ ଧରି ପଛକୁ ଫେରିଲା ଆମ୍ବୁଲାନ୍ସ । ଭାରତ ବନ୍ଦ ବେଳେ ଏଭଳି ଅଭାବନୀୟ ଘଟଣା ଦେଖିବାକୁ ମିଳିଛି ଭୁବନେଶ୍ୱରରେ । ରାସ୍ତାରେ ପିକେଟିଂ କରୁଥିବା ବେଳେ ଆନ୍ଦୋଳନକାରୀ ଆମ୍ବୁଲାନ୍ସକୁ ଛାଡ଼ି ନଥିଲେ । ଆମ୍ବୁଲାନ୍ସରେ ଥିଲେ ଗୁରୁତର ରୋଗୀ ।

ଅନେକ କାକୁତି ମିନତି କରିଥିଲେ ଡ୍ରାଇଭର । ହେଲେ ଆନ୍ଦୋଳନକାରୀଙ୍କ ଏକା ଜିଦ୍‌, କାହାରିକୁ ଛାଡ଼ିବୁନି । ଜରୁରୀ ସେବାକୁ ବାଦ୍‌ ଦିଆଯାଇ ବନ୍ଦ ପାଳନ ହେଉଛି । ଆନ୍ଦୋଳନକାରୀଙ୍କ ଏଭଳି ମନୋଭାକୁ ନେଇ ଅନେକ ପ୍ରଶ୍ନ ଉଠିଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.