ରାଜ୍ୟ ବାହାରେ ଫସି ରହିଛନ୍ତି ୨୫ ଜଣ ଦାଦନ ଶ୍ରମିକ, ଉଦ୍ଧାର ପାଇଁ କରିଛନ୍ତି ଆକୁଳ ନିବେଦନ

ବରଗଡ଼(କେନ୍ୟୁଜ୍): ରାଜ୍ୟ ବାହାରେ ଫସି ରହିଛନ୍ତି ୨୫ ଜଣ ଦାଦନ ଶ୍ରମିକ । ଉଦ୍ଧାର ପାଇଁ କରିଛନ୍ତି ଆକୁଳ ନିବେଦନ । ବରଗଡ଼ ଜିଲ୍ଲା ପାଇକମାଲ ବ୍ଲକ ଚୁହୁଡ଼ିପଡା ଗ୍ରାମର ୨୫ ଜଣ ଦାଦନ ଶ୍ରମିକ ଏବେ ଆନ୍ଧ୍ରପ୍ରଦେଶର ବିଜୟନଗରମ ଜିଲ୍ଲା ପଦ୍ମନାଭମ ଥାନା ମଦି ଗ୍ରାମରେ ଫସି ରହିଛନ୍ତି । ୪ ମାସ ପୂର୍ବରୁ ଇଟା ଭାଟିରେ କାମ କରିବାକୁ ଆନ୍ଧ୍ରପ୍ରଦେଶ ଯାଇଥିଲେ । ହେଲେ ସେଠାରେ ଇଟାଭାଟି ମାଲିକ ସେମାନଙ୍କୁ ବିନା ପାଉଣାରେ ଶୋଷଣ କରିବା ସହ ଜୀବନରୁ ମାରିଦେବା ପାଇଁ ଧମକ ଦେଉଥିବା ଅଭିଯୋଗ କରିଛନ୍ତି ଶ୍ରମିକ ।

ନିଜର କୁନି କୁନି ଛୁଆଙ୍କ ସହ ଶ୍ରମିକମାନେ ହାତ ଯୋଡି ରାଜ୍ୟ ସରକାରଙ୍କୁ ଉଦ୍ଧାର ପାଇଁ ନିବେଦନ କରିଛନ୍ତି । ପାଇକମାଲ ବ୍ଲକରେ ଦାଦନ ସମସ୍ୟା ବଢିବାରେ ଲାଗିଛି । ଦଲାଲ ବିଭିନ୍ନ ପ୍ରଲୋଭନ ଦେଖାଇ ସେମାନଙ୍କୁ ରାଜ୍ୟ ବାହାରକୁ ନେଉଛନ୍ତି । ଆଉ ସେଠାରେ ମାଲିକ ବିନା ପାଉଣାରେ ଶୋଷଣ କରୁଥିବା ଅଭିଯୋଗ ହୋଇଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.