Below header

ଜେଲ୍‌ରେ ଥିବା ଆତଙ୍କବାଦୀ ଅବଦୁର ରେହମାନ୍‌କୁ ନେଇ ମିଳିଲା ଠୋସ୍‌ ପ୍ରମାଣ, AQISରେ ନିଯୁକ୍ତ ପାଇଁ କରୁଥିଲା କାମ

କଟକ : ଜେଲ୍‌ରେ ଥିବା ଆତଙ୍କବାଦୀ ଅବଦୁର ରେହମାନ୍‌କୁ ନେଇ ଠୋସ୍‌ ପ୍ରମାଣ ମିଳିଛି । ଏନ୍‌ଡିଏସ୍‌ ଆଫଗାନିସ୍ତାନ ଓ ଅଲ-ଜଓ୍ଵାହୀରୀର ସୂଚନା ଅନୁସାରେ କଟକ ପଶ୍ଚିମକଛରୁ ଗିରଫ ହୋଇଥିବା ଆତଙ୍କବାଦୀ ଅବଦୁର ରେହମାନ୍‌ AQIS ବା ଅଲ୍‌କାଏଦା ଇନ୍‌ ଇଣ୍ଡିଆନ୍‌ ସବ୍‌କଣ୍ଟିନେଟ୍‌ରେ ନିଯୁକ୍ତ ପାଇଁ କାମ କରୁଥିଲା । ପୂର୍ବରୁ ମଧ୍ୟ ଉତ୍ତରପ୍ରଦେଶ ସମ୍ଭାଲାରୁ ଗିରଫ ହୋଇଥିବା ଆତଙ୍କବାଦୀ ମହମ୍ମଦ ଆସିଫ୍‌ ଏନେଇ ଖୁଲାସା କରିଥିଲା । ରେହମାନ୍‌ର ଦୁର୍ଦ୍ଦାନ୍ତ ଆତଙ୍କବାଦୀ ମହମ୍ମଦ କଫିଲ୍‌ ସହ ସଂପୃକ୍ତି ଥିଲା । ମହମ୍ମଦ କଫିଲ୍‌ ୨୦୦୭ରେ ଗ୍ଲାସ୍‌ଗୋ ବିମାନ ବନ୍ଦର ବିସ୍ଫୋରଣ ଉଦ୍ୟମ ବେଳେ ମୃତ୍ୟୁବରଣ କରିଥିଲା । ରେହମାନ୍‌ର ମହମ୍ମଦ କଫିଲ୍‌ ସହ ସଂପୃକ୍ତି ଥିବା ନେଇ ମଧ୍ୟ ସ୍ପଷ୍ଟ ହୋଇଛି । ୨୦୧୫ ମସିହାରେ ଅବଦୁର ରେହମାନ୍‌ ରେହମାନ୍‌କୁ ଗିରଫ କରିଥିଲା ପୋଲିସ । ଏବେ ରେହମାନ୍‌ କଟକ ଚୌଦ୍ୱାର ଜେଲ୍‌ରେ ରହିଛି ।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.