ଆଖଡାରେ ଖେଳିବାକୁ ପ୍ରତାପ ଷ଼ଡଙ୍ଗୀଙ୍କୁ ବିରୋଧ କଲେ ବାଲେଶ୍ୱର ଗୋପାଳ ଗାଁ ଆଖଡା ସଂଘର ସର୍ଦ୍ଦାର

ବାଲେଶ୍ୱର : ଆଖଡା ଖେଳକୁ ନେଇ ରାଜନୀତି । ଆଖଡାରେ ଖେଳିବାକୁ ପ୍ରତାପ ଷ଼ଡଙ୍ଗୀଙ୍କୁ ବିରୋଧ କଲେ ବାଲେଶ୍ୱର ଗୋପାଳ ଗାଁ ଆଖଡା ସଂଘର ସର୍ଦ୍ଦାର । ବାଲେଶ୍ୱର ବିଜୟା ଦଶମୀରେ ପାରମ୍ପରିକ ପାଇକ ଆଖଡା ଖେଳ ଅନୁଷ୍ଠିତ ହୋଇଥିଲା । ଆଖଡାରେ ଉଭୟ କେନ୍ଦ୍ରମନ୍ତ୍ରୀ ପ୍ରତାପ ଷଡଙ୍ଗୀ ଓ ପୂର୍ବତନ ସାଂସଦ ରବୀନ୍ଦ୍ର କୁମାର ଜେନା ଉପସ୍ଥିତ ଥିଲେ । ପ୍ରଥମେ ପ୍ରତାପ ଷ଼ଡଙ୍ଗୀ ଆଖଡାରେ ବାଡି ବୁଲେଇବା ପାଇଁ ଖେଳ ନିକଟକୁ ଯାଇଥିଲେ । କିନ୍ତୁ ଗୋପାଳ ଗାଁ ଆଖଡା ସଂଘର ସର୍ଦ୍ଦାର କେନ୍ଦ୍ରମନ୍ତ୍ରୀଙ୍କୁ ବିରୋଧ କରି ପ୍ରଶ୍ନ କରିଥିଲେ ନିର୍ବାଚନ ଜିତିବା ପରେ କଣ ସବୁ ଉନ୍ନୟନ ମୂଳକ କାମ ସେ ହାତକୁ ନେଇଛନ୍ତି । ପରେ ପୂର୍ବତନ ସାଂସଦ ରବୀନ୍ଦ୍ର କୁମାର ଜେନା ବାଡି ବୁଲେଇଥିଲେ । ଏନେଇ ପ୍ରତିକ୍ରିୟା ରଖିଛନ୍ତି ପ୍ରତାପ ଷଡଙ୍ଗୀ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.