Below header

୧୦୮ ଆମ୍ବୁଲାନ୍ସ କର୍ମଚାରୀଙ୍କୁ ନିସ୍ତୁକ ମାଡ ମାରିଲେ ଲୋକେ

ମୟୂରଭଞ୍ଜ(କେନ୍ୟୁଜ୍) : ୧୦୮ ଆମ୍ବୁଲାନ୍ସ କର୍ମଚାରୀଙ୍କୁ ନିସ୍ତୁକ ମାଡ ମାରିଲେ ଲୋକେ । ଘଟଣା ଘଟିଛି ମୟୂରଭଞ୍ଜ ଜିଲ୍ଲା ବଡସାହି ଥାନା ଅନ୍ତର୍ଗତ ଉଦଳା – ବାରିପଦା ରାସ୍ତାର ଚାଉଳିଆଶୋଳ ଛକରେ । ଏଥିରେ ୬ ଜଣ ଆମ୍ବୁଲାନ୍ସ କର୍ମଚାରୀ ଆହତ ହୋଇଛନ୍ତି । ଗତକାଲି ରାତିରେ ଆମ୍ବୁଲାନ୍ସ ଉଦଳାରୁ ରୋଗୀଙ୍କୁ ଛାଡି ବାରିପଦା ଫେରୁଥିଲା । ପ୍ରବଳ କୁହୁଡି ଯୋଗୁ ରାସ୍ତା କଡରେ ଥିବା ଏକ ଟ୍ରଲିକୁ ଆମ୍ବୁଲାନ୍‌ସଟି ଧକ୍କା ଦେଇଥିଲା । ଏହାପରେ ସେଠାରେ ଉପସ୍ଥିତ କିଛି ଲୋକ ଆମ୍ବୁଲାନ୍‌ସ ଚାଳକ, ଫାର୍ମାସିଷ୍ଟ ଓ କର୍ମଚାରୀଙ୍କୁ ନିସ୍ତୁକ ମାଡ ମାରିଥିଲେ । ଖବର ପାଇ ଅନ୍ୟ ଆମ୍ବୁଲାନ୍ସ କର୍ମଚାରୀମାନେ ସେମାନଙ୍କୁ ଆଣିବାକୁ ଯାଇଥିଲେ । ଉତ୍ୟକ୍ତ ଲୋକ ସେହି ଆମ୍ବୁଲାନ୍ସ ଡ୍ରାଇଭରଙ୍କ ସହିତ ଅନ୍ୟମାନଙ୍କୁ ମଧ୍ୟ ପିଟିଥିଲେ । ଏନେଇ ଆମ୍ବୁଲାନ୍ସ କର୍ମଚାରୀ ବଡସାହି ଥାନାରେ ଲିଖିତ ଅଭିଯୋଗ କରିଛନ୍ତି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.