ହାଡ଼ଭଙ୍ଗା ଶୀତରେ ଇଣ୍ଟରଭ୍ୟୁକୁ ଅପେକ୍ଷା, ଫୁଟପାଥ୍ ପାଲଟିଛି ଏମାନଙ୍କ ଆଶ୍ରୟସ୍ଥଳୀ

ଭୁବନେଶ୍ବର(କେନ୍ୟୁଜ୍) : ଯୁବପିଢିଙ୍କୁ ଚାରିକି ନିଶା । ଆଜିକାଲି ସହଜରେ ଚାକିରିଟିଏ ମିଳିବା ଭାରି କଷ୍ଟ । ପାଠପଢା ସରିବା ପରେ ଚାକିରିଟିଏ ପାଇବା ବହୁତ କଷ୍ଟ ହୋଇପଡୁଛି । ଏଭଳି ସ୍ଥିତିରେ ଯଦି କିଛି ସରକାରୀ ଚାକିରି ପାଇଁ ସୁଯୋଗ ମିଳୁଛି ତେବେ ଏହାକୁ ହାତଛଡା କରୁନାହାନ୍ତି ଯୁବ ପିଢ଼ି । ଏଭଳି କିଛି ଯୁବ ପିଢ଼ିଙ୍କୁ ଦେଖିବାକୁ ମିଳିଛି ଭୁବନେଶ୍ବର ସ୍ଥିତ ୧୨୦ ବାଟାଲିୟନ ନିକଟରେ। ବାଟାଲିୟନର ପାଚେରୀ ପାଖରେ ଶୀତ କାକରାରେ ପଡ଼ି ରହିଛନ୍ତି ଶହଶହ ଯୁବକ । କାରଣ ହେଉଛି ଇଣ୍ଟରଭ୍ୟୁ । ଚାକିରିର ସ୍ୱପ୍ନ ନେଇ ଦେଶର କୋଣ ଅନୁକୋଣରୁ ଭୁବନେଶ୍ୱରକୁ ଧାଇଁ ଆସିଛନ୍ତି ଯୁବକମାନେ । ଭାରତୀୟ ସେନାରେ ନିଯୁକ୍ତି ପାଇବା ଲକ୍ଷ୍ୟରେ ଓଡିଶା ସହ ବିହାର, ଝାଡଖଣ୍ଡ, ଛତିଶଗଡ,ଉତ୍ତର ପ୍ରଦେଶ, ଭଳି ରାଜ୍ୟରୁ ଧାଇଁ ଆସିଛନ୍ତି ପରୀକ୍ଷାର୍ଥୀମାନେ ।

photo_2018-12-20_11-24-53ଭୁବନେଶ୍ୱର ସ୍ଥିତ ୧୨୦ ବାଟାଲିୟନରେ ପଡିଛି ପରୀକ୍ଷା ସେଣ୍ଟର । ସକାଳ ୫ଟାରୁ ଇଣ୍ଟରଭ୍ୟୁର ସମୟ ଥିବାରୁ ଏତେ ସକାଳୁ ଆସିବା ପୁଣି ଏଇ ହାଡଭଙ୍ଗାରେ ଶୀତରେ ସେମାନଙ୍କ ପାଇଁ ବେଶ୍ କଷ୍ଟକର ହୋଇପଡିଛି । ଠିକ୍ ସମୟରେ ଯେପରି ପରୀକ୍ଷାସ୍ଥଳରେ ପହଁଚିବେ ସେଥିପାଇଁ ଶୀତ କାକରକୁ ଖାତିର ନକରି ଗୋଟିଏ ରାତି ପୂର୍ବରୁ ବାଟାଲିୟନ ସ୍ଥିତ ପାଚେରୀ କଡ ପାଲଟିଛି ସେମାନଙ୍କ ଆଶ୍ରୟସ୍ଛଳ । ହୋଟେଲ କିମ୍ବା ଲଜରେ ରାତି କାଟିବା ଭୁବନେଶ୍ବରରେ ବେଶ୍ ମହଙ୍ଗା ହୋଇଥିବାରୁ ରାଜଧାନୀର ଫୁଟପାଥରେ ଶୋଇ ରହିବା ସହ ଖୋଲା ଆକାଶକୁ ଚାହିଁ ଭବିଷ୍ୟତର ଚିନ୍ତାରେ ଏହି ଯୁବପିଢି ।

photo_2018-12-20_11-24-34ଏତେ ସଂଖ୍ୟକ ପରୀକ୍ଷାର୍ଥୀଙ୍କ ପାଇଁ ରାସ୍ତାକଡ ନିଅଣ୍ଟ ପଡୁଥିବାରୁ ପରୀକ୍ଷାର୍ଥୀମାନେ ସ୍ଥାନୀୟ ରେଳଷ୍ଟେସନ୍ ରେ ମଧ୍ୟ ଆଶ୍ରୟ ନେଉଛନ୍ତି । ହାଡଭଙ୍ଗା ଶୀତରେ ଖଣ୍ଡିଏ ଚାଦରକୁ ଦେହରେ ପକାଇ ରାତି କଟାଉଛନ୍ତି । ହଜାର ହଜାର ସଂଖ୍ୟକ ପରୀକ୍ଷାର୍ଥୀଙ୍କ ପାଇଁ ରହିବାର କୌଣସି ସୁବ୍ୟବସ୍ଥା ନଥିବାରୁ ବହୁତ ହଇରାଣ ହେଉଛନ୍ତି ଏହି ପରୀକ୍ଷାର୍ଥୀମାନେ । ଯାହାର ଜ୍ବଳନ୍ତ ଉଦାହରଣ ପାଲଟିଛି ମାଷ୍ଟରକ୍ୟାଣ୍ଟିନ୍ ରେଳ ଷ୍ଟେସନ୍ ଠାରୁ ଆରମ୍ଭ କରି ରବିନ୍ଦ୍ରମଣ୍ଡପ, ୧୨୦ ବାଟାଲିୟନ୍ ପର‌୍ୟ୍ୟନ୍ତ ରାସ୍ତା ।

ବିଳମ୍ବିତ ରାତିରେ ଏମାନଙ୍କ ଦୁଃଖରେ ସହଭାଗୀ ହୋଇଥିଲା କେ ନ୍ୟୁଜ୍‌ । ଦୂରଦୂରାନ୍ତରୁ ଆସିଥିବା ପ୍ରାର୍ଥୀମାନେ କିଭଳି ଦୁର୍ଦ୍ଦଶା ଭୋଗୁଛନ୍ତି ତାକୁ ଅନୁଭବ କରିଥିଲା । ସେମାନଙ୍କୁ ଆମେ ସିନା ସମବେଦନା ଜଣାଇଥିଲୁ ହେଲେ ପରିସ୍ଥିତିକୁ ଗତ ତିନି ଚାରି ଦିନ ହେବ ଭୋଗୁଛନ୍ତି ଚାକିରି ଆଶାୟୀମାନେ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.