ବର୍ଷକୁ ମାଗଣା ମିଳିବ ୭୧ ଲିଟର ପେଟ୍ରୋଲ ଏବଂ ଡିଜେଲ୍ , ଏପରି ଉଠାନ୍ତୁ ଅଫର ଫାଇଦା

ନୂଆଦିଲ୍ଲୀ : ସରକାରୀ ତେଲ କମ୍ପାନି ଇଣ୍ଡିଆନ ଅଏଲ କରପୋରେସନ୍ ଲିମିଟେଡ଼ (IOCL) ସିଟି ବ୍ୟାଙ୍କ ସହ ମିଶି ନିଜ ଗ୍ରାହକଙ୍କ ପାଇଁ ଆଣିଛି ଖାସ ଅଫର । ଏହି ଅଫରର ଫାଇଦା ଉଠାଇବା ପାଇଁ ସିଟି ବ୍ୟାଙ୍କ ତରଫରୁ ମାଗଣାରେ ଏକ ପ୍ଲାଟିନମ କାର୍ଡ଼ ଦିଆଯାଉଛି। ଏହି ଖାସ କାର୍ଡ଼ର ବ୍ୟବହାର କରି ଆପଣ ବର୍ଷକ ୭୧ଲିଟର ପେଟ୍ରୋଲ ଏବଂ ଡ଼ିଜେଲ ମାଗଣା ପାଇପାରିବେ।

credit-card

କଣ ରହିଛି ସଂପୂର୍ଣ୍ଣ ଅଫର

କମ୍ପାନି ୱେବସାଇଟରେ ଦିଆଯାଇଥିବା ସୂଚନା ଅନୁଯାୟୀ, ବ୍ୟାଙ୍କର ଏହି କାର୍ଡ଼ର ବ୍ୟବହାର କରି ଆପଣ ଇଣ୍ଡିଆନ ଅଏଲର ଯେକୌଣସି ଆଉଟଲେଟରୁ ତେଲ କିଣିବା ଦ୍ବାରା ଫ୍ଲୁଲ ସରଚାର୍ଜ ଦେବାକୁ ପଡ଼ିବ ନାହିଁ। ଖାଲିଯେ ତେଲ ତାହା ନୁହଁ ଏଥିରେ ଥିବା ଏକ ବ୍ୟବସ୍ଥା ଦ୍ବାରା ରେଷ୍ଟୋରାଁରେ ମଧ୍ୟ ୧୫ ପ୍ରତିଶତ ପର‌୍ୟ୍ୟନ୍ତ ରିହାତି ପାଇ ପାରିବେ।

petrol-pump

ସିଟି ବ୍ୟାଙ୍କର ଏହି କାର୍ଡ଼ ଜରିଆରେ ଆପଣ ଯେକୌଣସି ଇଣ୍ଡିଆନ ଅଏଲ ଆଉଟଲେଟରୁ ୧୫୦ଟଙ୍କାର ତେଲ ପକାଇବା ପରେ ୪ ଟର୍ବି ପାଏଣ୍ଟ ମିଳିବ। ସେହିପରି ସୁପରମାର୍କେଟରୁ ୧୫୦ଟଙ୍କାର କିଛି କ୍ରୟ କଲେ ୦୨ପଏଣ୍ଟ ମିଳିବ। ଏହି ରୁପେ ଆପଣ ବିଭିନ୍ନ ସ୍ଥାନରେ ଏପରି ପଏଣ୍ଟ ଏକାଠି କରିପାରିବେ। ଯାହାର ବ୍ୟବହାର ଆପଣ ଦେଶର ଯେକୌଣସି ଇଣ୍ଡିଆନ ଆଉଟଲେଟରେ କରି ବଦଳରେ ମାଗଣା ତେଲ ପାଇପାରିବେ।

ଏନେଇ ଆପଣ ଅଧିକ ସୂଚନା ପାଇଁ ଆପଣ ସିଟି ବ୍ୟାଙ୍କର ଅଫିସିଆଲ ୱେବସାଇଟରେ ପାଇପାରିବେ। https://www.online.citibank.co.in/portal/newgen/cards/tab/indianoil-platinumcard.htm?

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.