Below header

ନିୟମ ଭାଙ୍ଗି ଆସୁଥିଲା କାର୍‌, ଅଟକାଇବାକୁ ଯାଇ ହିନସ୍ତା ହେଲେ ଟ୍ରାଫିକ୍‌ ପୋଲିସ୍‌

ନୂଆଦିଲ୍ଲୀ : ଦୈନନ୍ଦିନ ଜୀବନଯାତ୍ରା ଭିତରେ ଅନେକ ଘଟଣା ଘଟେ । କିଛି ଘଟଣାକୁ ଆମେ ସାଧାରଣ କହି ଏଡ଼ାଇ ଯାଉ ତ ଆଉ କିଛି ଆମ ମନକୁ ପ୍ରଭାବିତ କରେ । ସେ ଦୁଃଖ ହେଉ କି ସୁଖ ଘଟଣାକୁ ଆମେ ବନ୍ଧୁବର୍ଗଙ୍କ ଭିତରେ ବାଣ୍ଟିବାକୁ ଚାହିଁଥାନ୍ତି । ଏମିତି ଏକ ଘଟଣା ଗତକାଲି ଘଟିଥିଲା ବିଚ୍‌ ରାସ୍ତା ଉପରେ । ଯାନବାହନ ନିୟନ୍ତ୍ରଣ କରୁଥିବା ଜଣେ ଟ୍ରାଫିକ୍‌ ପୋଲିସ୍‌ କର୍ମଚାରୀଙ୍କ ସାଙ୍ଗରେ । ଯାହା ସେ କେବେବି ସ୍ୱପ୍ନରେ କଳ୍ପନା କରି ନଥିବେ । ଘଟଣାଟି ଏଇମିତି । ହରିଆଣାର ଗୁରୁଗ୍ରାମ ଅଞ୍ଚଳ ସିଗନେଚର ଚୌକରେ ଜଣେ ଟ୍ରାଫିକ୍‌ ପୋଲିସ୍‌ କର୍ତ୍ତବ୍ୟରତ ଥିବା ବେଳେ ଜଣେ କାର୍‌ ଚାଳକ ଟ୍ରାଫିକ୍‌ ନିୟମ ନମାନି ଭୁଲ ରାସ୍ତାରେ ଆସୁଥିଲେ । ତାଙ୍କୁ ଟ୍ରାଫିକ୍‌ ପୋଲିସ୍‌ କର୍ମଚାରୀ ଜଣକ ଅଟକାଇବାକୁ ଚେଷ୍ଟା କରିଥିଲେ । ହେଲେ ସେ ଗାଡ଼ି ଅଟକାଇ ନଥିଲେ । ଓଲଟା ତାଙ୍କ ଉପରକୁ ଗାଡ଼ି ମଡ଼ାଇ ଦେଇଥିଲେ । ତେବେ ସତର୍କ ଥିବା ପୋଲିସ୍‌ କର୍ମଚାରୀ ଜଣକ ତୁରନ୍ତ ନିଜକୁ ବଞ୍ଚାଇ ଗାଡ଼ିର ବନେଟ୍‌ ଉପରକୁ ଡେଇଁ ପଡ଼ି ଝୁଲି ରହିଥିଲେ । ଅଭିଯୁକ୍ତ ଜଣକ ସେହି ଅବସ୍ଥାରେ କିଛି ବାଟ ଗାଡ଼ି ଚଳାଇ ନେବା ପରେ ଗାଡ଼ି ରୋକି ଥିଲେ । ପରେ ପୋଲିସ୍‌ ତାଙ୍କୁ ଗିରଫ କରିବା ସହ କାର୍‌ ଜବତ କରିଛି । ତେବେ କାର୍‌ ଡ୍ରାଇଭର ଜଣକ କହିଛନ୍ତି ତାଙ୍କ ଆଗରେ ଗୋଟିଏ ଗାଡ଼ି ଥିବାରୁ ସେ ଦେଖି ପାରି ନଥିଲେ କି ଗାଡ଼ି ପାର୍କିଂ କରି ପାରିନଥିଲେ । ଦେଖନ୍ତୁ ଏଇ ଭିଡିଓ ।

ସୌଜନ୍ୟ-ଏଏନ୍‌ଆଇ


ସାରା ବିଶ୍ୱରେ ସର୍ବାଧିକ ସଡ଼କ ଦୁର୍ଘଟଣା ଭାରତରେ ଘଟିଥାଏ । ଦିନକୁ ଅତି କମ୍‌ରେ ୫ ଜଣ ହିସାବରେ ବର୍ଷକୁ ୧୬୦୦ରୁ ଅଧିକ ଲୋକଙ୍କର ମୃତ୍ୟୁ ଦୁର୍ଘଟଣାରୁ ଘଟିଥାଏ ବୋଲି ଅନୁସନ୍ଧାନରୁ ଜଣାପଡ଼ିଛି । ତା ଭିତରେ ଦିଲ୍ଲା ରହିଛି ସବା ଆଗରେ ।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.