କୋରାପୁଟରେ ପୂର୍ତ୍ତ ବିଭାଗ ମନ୍ତ୍ରୀ ପ୍ରଫୁଲ ମଲ୍ଲିକ, ଲମତାପୁଟ ଗସ୍ତ କରି ସିନ୍ଧିପୁଟ ଘାଟ କଲେ ପରିଦର୍ଶନ

କୋରାପୁଟ(କେନ୍ୟୁଜ): କୋରାପୁଟରେ ପୂର୍ତ୍ତ ବିଭାଗ ମନ୍ତ୍ରୀ ପ୍ରଫୁଲ ମଲ୍ଲିକ । ଲମତାପୁଟ ଗସ୍ତ କରି ସିନ୍ଧିପୁଟ ଘାଟ ପରିଦର୍ଶନ କରିଛନ୍ତି । କୋଲାବ ଡ୍ୟାମର ସିନ୍ଧିପୁଟ ଘାଟରେ ହେବ ହାଇଲେବଲ୍‌ ବ୍ରିଜ୍‌ । ୬୭ କୋଟି ଟଙ୍କା ବ୍ୟୟରେ ପୋଲ ନିର୍ମାଣ ହେବ । ଏହାଦ୍ୱାରା ଲମତାପୁଟ ବ୍ଲକର ୪ଟି ପଂଚାୟତବାସୀ ଉପକୃତ ହେବେ ବୋଲି କହିଛନ୍ତି ମନ୍ତ୍ରୀ ।

ଜଳବନ୍ଦୀରୁ ମୁକ୍ତି ପାଇବେ ୨୫ ହଜାର ଲୋକ । ପୋଲ ନିର୍ମାଣ ହେଲେ ୪ ପଂଚାୟତକୁ ନିତି ଦିନିଆ ରାସ୍ତା ମିଳିବ । ସଦର ମହକୁମାକୁ ଯୋଗାଯୋଗ ହୋଇପାରିବ । ମନ୍ତ୍ରୀଙ୍କ ସହ କୋରାପୁଟ ବିଧାୟକ,ବିଶ୍ୱ ବ୍ୟାଙ୍କ କନଷ୍ଟ୍ରକସନ୍‌ ଚିଫ୍‌ ଇଞ୍ଜିନିୟର ପ୍ରମୁଖ ଉପସ୍ଥିତ ଥିଲେ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.