Below header

ପୁଲଓ୍ଵାମା ଆତଙ୍କବାଦୀ ଆକ୍ରମଣରେ ସହିଦ ଦୁଇ ଓଡ଼ିଆ ପୁଅ, ୧୦ ଲକ୍ଷ ଟଙ୍କା ଲେଖାଏଁ ସହାୟତା ଘୋଷଣା କଲେ ମୁଖ୍ୟମନ୍ତ୍ରୀ

ପୁଲଓ୍ଵାମା ଆତଙ୍କବାଦୀ ଆକ୍ରମଣରେ ସହିଦ ହୋଇଛନ୍ତି ଓଡ଼ିଶାର ଦୁଇ ଜଣ । ସେମାନଙ୍କ ପରିବାରରେ ଏବେ ଶୋକର ଛାୟା। ବୀର ପୁତ୍ରକୁ ଝୁରୁଛି ଜନ୍ମମାଟି । ସେପଟେ ଓଡ଼ିଆ ସହିଦଙ୍କ ପରିବାର ସହିତ କଥା ହୋଇଛନ୍ତି ମୁଖ୍ୟମନ୍ତ୍ରୀ। ୧୦ ଲକ୍ଷ ଟଙ୍କା ଲେଖାଏଁ ଅନୁକମ୍ପା ରାଶି ଘୋଷଣା କରିଛନ୍ତି।

prasannaଓଡ଼ିଆ ବୀର ଯବାନ ପ୍ରସନ୍ନ କୁମାର ସାହୁ। ପୁଲଓ୍ଵାମା ଆତଙ୍କବାଦୀ ଆକ୍ରମଣରେ ସହିଦ ହୋଇଛନ୍ତି। ତାଙ୍କ ମୃତ୍ୟୁରେ ଜଗତସିଂହ ପୁର ଜିଲ୍ଲା ଶିଖର ଗାଁରେ ଶୋକାକୂଳ ପରିବେଶ। ପରିବାରରେ କାନ୍ଦ ବୋବାଳି। ଆତ୍ମୀୟଙ୍କ ଆଖିରୁ ଶୁଖୁନି ଲୁହର ଧାର । ସିଆରପିଏଫ୍‌ରେ ହେଡ୍‌ କନଷ୍ଟେବଳ ଥିଲେ ପ୍ରସନ୍ନ । ନଭେମ୍ବର ମାସରେ ଘରକୁ ଆସିଥିଲେ।

manojସେହିପରି ନିଆଳି ରତନପୁର ଗାଁର ସହିଦ ମନୋଜ କୁମାର ବେହେରାଙ୍କୁ ହରାଇ କାନ୍ଦୁଛି ତାଙ୍କ ଗାଁ । ବାପା-ମାଆଙ୍କର ଏକମାତ୍ର ସନ୍ତାନ ଥିଲେ ମନୋଜ। ଦେଢମାସ ଘରେ ଛୁଟି କାଟିବା ପରେ ଗତ ୬ତାରିଖରେ ଚାକିରିରେ ଯୋଗ ଦେଇଥିଲେ। ତାଙ୍କର ବର୍ଷକର ଝିଅଟିଏ ଅଛି।

ଦୁଇ ଓଡ଼ିଆ ସହିଦଙ୍କ ପରିବାର ସହ କଥା ହୋଇଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ପ୍ରସନ୍ନଙ୍କ ମାଆ ଓ ମନୋଜଙ୍କ ପତ୍ନୀଙ୍କ ସହ ଫୋନ ଯୋଗେ କଥା ହୋଇଥିଲେ। ଦୁଃଖ ପ୍ରକାଶ କରିବା ସହ ସେମାନଙ୍କ ପରିବାର ସହ ଅଛନ୍ତି ବୋଲି କହିଛନ୍ତି ମୁଖ୍ୟମନ୍ତ୍ରୀ। ୧୦ ଲକ୍ଷ ଟଙ୍କା ଲେଖାଏଁ ଅନୁକମ୍ପା ସହାୟତା ଘୋଷଣା କରିଛନ୍ତି।

ଫୁଲୱାମା ଆକ୍ରମଣ, କେବଳ ଦେଶକୁ ଏକ ବଡ଼ ଧକ୍କା ନୁହଁ । ଏ ଘଟଣାରେ ଅନେକ ପରିବାର, ନିଜର ଆତ୍ମିୟଙ୍କୁ ହରାଇଛନ୍ତି। କିଏ ସ୍ୱାମୀଙ୍କୁ ହରାଇଛି ତ କିଏ ପୁଅକୁ କିଏ କିଏ ନିଜ ଭାଇକୁ ହରାଇଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.