Below header

ସମସ୍ତଙ୍କ ମନରେ ଶୋକ ଓ ଆକ୍ରୋଶ, ପୁଲୱାମାର ପ୍ରତିଶୋଧ ନେବାକୁ ଯବାନଙ୍କୁ ଦିଆଗଲା ସମ୍ପୂର୍ଣ୍ଣ ସ୍ୱାଧୀନତା

ସମସ୍ତଙ୍କ ମନରେ ଶୋକ ଓ ଆକ୍ରୋଶ । ସହିଦଙ୍କୁ ଶ୍ରଦ୍ଧାଞ୍ଜଳି ସହ ମନରେ ପ୍ରତିଶୋଧର ନିଆଁ । ପ୍ରଧାନମନ୍ତ୍ରୀ ସ୍ପଷ୍ଟ କରି ଦେଇଛନ୍ତି, ପଦକ୍ଷେପ ଲାଗି ସୁରକ୍ଷା ବଳଙ୍କୁ ଦିଆଯାଇଛି ସଂପୂର୍ଣ୍ଣ ସ୍ୱାଧୀନତା । ଷଡ଼ଯନ୍ତ୍ରକାରୀ ବଡ଼ ଭୁଲ୍‌ କରିଛନ୍ତି। ସେମାନଙ୍କୁ ଏହାର ଭୟଙ୍କର ପରିଣାମ ଭୋଗିବାକୁ ପଡିବ। ମୋଦି କହିଛନ୍ତି, ପଡ଼ୋଶୀ ଦେଶ ଭାବୁଛି ଏଭଳି ଷଡ଼ଯନ୍ତ୍ର କରି ଭାରତରେ ଅସ୍ଥିରତା ସୃଷ୍ଟି କରିବ। କିନ୍ତୁ ଏମିତି କେବେ ହେବ ନାହିଁ। ଆତଙ୍କୀ ହମ୍‌ଲା ପରେ ପାକିସ୍ତାନ ପ୍ରତି ଆଭିମୁଖ୍ୟ କଠୋର କରିଛି ଭାରତ। ଆକ୍ସନ ନେବା ଆରମ୍ଭ ହୋଇଛି । ପାକିସ୍ତାନରୁ ମୋଷ୍ଟ ଫେଭର୍ଡ ନେସନ୍‌ ମାନ୍ୟତା ପ୍ରତ୍ୟାହର କରାଯାଇଛି । ସେହିପରି ପାକିସ୍ତାନକୁ ଅନ୍ତର୍ଜାତୀୟ ସ୍ତରରେ ଏକ ଘରିକିଆ କରିବାକୁ ନିଷ୍ପତ୍ତି ନେଇଛି ଭାରତ ।

Result Pulwanaଆତଙ୍କୀ ହମଲା ପରର ବୋଝ ଏବେ ସରକାରଙ୍କ ଉପରେ। ସହିଦଙ୍କୁ ଶ୍ରଦ୍ଧାଞ୍ଜଳି ଦେବାକୁ ଜାମ୍ମୁ ଓ କାଶ୍ମୀରର ବୁଡଗାମ୍‌ ସିଆରପିଏଫ କ୍ୟାମ୍ପକୁ ଯାଇଥିରେ କେନ୍ଦ୍ର ଗୃହମନ୍ତ୍ରୀ ରାଜନାଥ ସିଂହ। ସହିଦଙ୍କ ମର ଶରୀରକୁ କାନ୍ଧ ଦେଇଥିଲେ। ସିଆରପିଏଫ ତରଫରୁ କୁହାଯାଇଛି, ଆମେ ଭୁଲିବୁ ନାହିଁ, କ୍ଷମା ଦେବୁ ନାହିଁ । ପ୍ରତିଶୋଧ ନିଆଯିବ ।

ଏବେ କଠୋର ଆକ୍ସନ ମୁଡ୍‌ରେ ଭାରତ। ସକାଳୁ ସୁରକ୍ଷା ସଂପର୍କିତ କ୍ୟାବିନେଟ୍‌ କମିଟି ବୈଠକ ହେଲା। ପାକିସ୍ତାନକୁ ଏକ ଘରକିଆ କରିବାରୁ ପ୍ରସ୍ତୁତ ହେଲା ରଣନୀତି। ପାକିସ୍ତାନ ହାଇକମିଶନଙ୍କୁ ସମନ କରାଗଲା । ସେପଟେ ପାକିସ୍ତାନରେ ଥିବା ଭାରତୀୟ ହାଇକମିଶନଙ୍କୁ ଆଲୋଚନା ପାଇଁ ଭାରତ ଦିଲ୍ଲୀ ଡକାଇଛି । ଜାମ୍ମୁ ଓ କାଶ୍ମୀର ରାଜ୍ୟପାଳ, ବରିଷ୍ଠ ଅଧିକାରୀଙ୍କ ସହ ସୁରକ୍ଷା ପ୍ରସଙ୍ଗରେ ଆଲୋଚନା କରିଛନ୍ତି। ଆକ୍ରମଣ ପ୍ରତିବାଦରେ ଆଜି ଜାମ୍ମୁରେ ହିଂସା ଦେଖିବାକୁ ମିଳିଥିଲା । ଫଳରେ ଲାଗୁହୋଇଥିଲା କର୍ଫ୍ୟୁ । ସେପଟେ ଦକ୍ଷିଣ କାଶ୍ମୀରରେ ଇଣ୍ଟରନେଟ୍‌ ସେବା ବନ୍ଦ ରହିଛି । ଶ୍ରୀନଗରରେ ସ୍ପିଡ୍‌ କମ କରି ଦିଆଯାଇଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.