ପାକ୍‌ ଗଣମାଧ୍ୟମ ଲେଖିଲା, ପୁଲଓ୍ଵାମାରେ ଆକ୍ରମଣ ସ୍ୱାଧୀନତା ସଂଗ୍ରାମୀଙ୍କ କାମ

ନୂଆଦିଲ୍ଲୀ : ଗତକାଲିର ଆତଙ୍କବାଦୀ ଆକ୍ରମଣରେ ସିଆରପିଏଫ୍‌ ଯବାନ୍‌ ସହିଦ ହେବା ପରେ ସାରା ଦେଶରେ ଶୋକ ଓ ରୋଷ ।ଏହି ଆକ୍ରମଣ ପଛରେ ପାକିସ୍ତାନର ହାତ ରହିଛି ଏକଥା କାହାକୁ ଅଛପା ନାହିଁ । ତେଣୁ ପାକିସ୍ତାନ ବିରୋଧରେ ଯୁଦ୍ଧ ଘୋଷଣା କରିବାକୁ ମଧ୍ୟ ସାଧାରଣ ଜନତା ଦାବି କରୁଛନ୍ତି । ତୁରନ୍ତ କିଛି ଦୃଢ଼ ପଦକ୍ଷେପ ନେବାକୁ କହୁଛନ୍ତି । ଦେଶ ପାଇଁ ଲହୁ ଗଡ଼ାଇଥିବା ମୃତକଙ୍କ ପରିବାରରେ ଏବେ ଲୁହର ବର୍ଷା । ହେଲେ ଏଥିରେ ପାକିସ୍ତାନର ପାପ ଧୋଇବ ନାହିଁ । ସାଧାରଣ ଲୋକଙ୍କ ରୋଷ ହୁଏତ ଦିନେ ଦୁଇ ଦିନ ପରେ ଥଣ୍ଡା ହୋଇଯିବ ହେଲେ ନିଜ ପୁଅ, ପତି, ପିତାକୁ ହରାଇଥିବା ପରିବାର କିନ୍ତୁ ସାରା ଜୀବନ ମନେ ରଖିବ ଏହି ଅଘଟଣକୁ ।

ଆଜି ସାରା ଦେଶରେ ବିରୋଧ, ବିକ୍ଷୋଭ, ପାକିସ୍ତାନର ପତାକା ପୋଡ଼ି ଭଳି ଘଟଣା ଦେଖିବାକୁ ମିଳିଛି । ସାରା ବିଶ୍ୱ ପାକିସ୍ତାନକୁ ଥୁ ଥୁ କରୁଛି । ହେଲେ ପାକିସ୍ତାନର ଗଣମାଧ୍ୟମ କଣ କରିଛି ଜାଣନ୍ତି କି ? ଯେଉଁମାନେ ଏଭଳି କାଣ୍ଡ ଘଟାଇଛନ୍ତି ସେମାନଙ୍କୁ ସ୍ୱାଧୀନତା ସଂଗ୍ରାମୀର ମାନ୍ୟତା ଦେଇଛନ୍ତି ।‘ଦି ନେସନ୍‌’, ‘ଦି ଡନ୍‌’ ଖବର କାଗଜ ଏଭଳି ଶିରୋନାମା ଦେଇ ଖବର ଛାପିଛନ୍ତି । ଏମିତିକି କେବଳ ବ୍ୟବାୟ ବାଣିଜ୍ୟ ପାଇଁ ବିଶ୍ୱର ଅନ୍ୟଦେଶମାନେ ଭାରତକୁ ସମର୍ଥନ କରୁଛନ୍ତି ବୋଲି କହିଛନ୍ତି । ସେପଟେ ପ୍ରଧାନମନ୍ତ୍ରୀ ଇମ୍ରାନ୍‌ ଖନ୍‌ ମଧ୍ୟ ଏହି ହୃଦୟବିଦାରକ ଘଟଣା ନିନ୍ଦା କରି ନାହାନ୍ତି । ଯାହା ସ୍ପଷ୍ଟ ପ୍ରମାଣ କରୁଛି ଏଭଳି ଆତଙ୍କ ପଛରେ ପାକିସ୍ତାନର ହାତ ଅଛି ବୋଲି ।

 

Leave A Reply

Your email address will not be published.