Below header

କୋଭିଡ କଟକଣାରେ ହେବ ଚନ୍ଦନ ଯାତ୍ରା, ୨୧ ଦିନ ଧରି ଜଳକ୍ରୀଡା କରିବେ ମହାପ୍ରଭୁ

ପୁରୀ (କେନ୍ୟୁଜ) : କରୋନା କଟକଣାରେ ଚନ୍ଦନ ଯାତ୍ରା। ନରେନ୍ଦ୍ର ପୁଷ୍କରିଣୀରେ ୨୧ ଦିନ ଧରି ଜଳକ୍ରୀଡା କରିବେ ମହାପ୍ରଭୁ। ଚଳିତ ବର୍ଷ ବିନା ଭକ୍ତରେ ଶ୍ରୀକ୍ଷେତ୍ରରେ ହେବ ମହାପ୍ରଭୁଙ୍କ ବାହାର ଚନ୍ଦନ ଯାତ୍ରା । କୋଭିଡ କଟକଣାରେ ବାହାର ଚନ୍ଦନ ଯାତ୍ରାରେ ସାମିଲ ହେବେ ୫୦ରୁ ୬୫ ଜଣ ସେବାୟତ । ଆଜିଠାରୁ ସମ୍ପୃକ୍ତ ପାଳିଆ ସେବାୟତଙ୍କ ଆରଟିପିସିଆର ଟେଷ୍ଟ କରାଯିବ। କେବଳ ନେଗେଟିଭ ରିପୋର୍ଟ ଥିବା ସେବାୟତଙ୍କୁ ସାମିଲ ପାଇଁ ଅନୁମତି ମିଳିବ । ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ସେମାନଙ୍କୁ ପାସ୍‌ ଯୋଗାଇ ଦିଆଯିବ ।

ସେହିପରି ଭକ୍ତଙ୍କ ସମାଗମ ରୋକିବା ପାଇଁ ନରେନ୍ଦ୍ର ପୁଷ୍କରଣୀ ଚତୁଃପାର୍ଶ୍ୱରେ ୧୪୪ ଧାରା ଜାରି କରାଯିବ। ମଙ୍ଗଳବାର ଅନୁଷ୍ଠିତ ଶ୍ରୀମନ୍ଦିର ଛତିଶା ନିଯୋଗ ବୈଠକରେ ଏଭଳି ଗୁରୁତ୍‌ୂପୂର୍ଣ୍ଣ ନିଷ୍ପତ୍ତି ହୋଇଥିବାବେଳେ ସ୍ୱତନ୍ତ୍ର SOP ଜାରି କରାଯାଇଛି। ପରମ୍ପରା ଅନୁଯାୟୀ ବଡଦାଣ୍ଡରେ ରଥ ନିର୍ମାଣ ଅନୁକୂଳ ଓ ରଥ ନିର୍ମାଣ କରାଯିବ। ଅକ୍ଷୟ ତୃତୀୟା ଠାରୁ ଜ୍ୟେଷ୍ଠ ଶୁକ୍ଲ ଚତୁର୍ଦଶୀ ପର୍ଯ୍ୟନ୍ତ ୪୨ଦିନ ଧରି ଅନୁଷ୍ଠିତ ହେବ ମହାପ୍ରଭୁଙ୍କ ଚନ୍ଦନ ଯାତ୍ରା। ୨୧ଦିନ ଧରି ନରେନ୍ଦ୍ର ପୁଷ୍କରଣୀ ବାହାରେ ଓ ଆଉ ୨୧ଦିନ ଶ୍ରୀମନ୍ଦିର ଭିତରେ ଜଳକ୍ରୀଡା କରିବେ ମହାପ୍ରଭୂ। ୨୧ ଦିନ ନରେନ୍ଦ୍ର ପୁଷ୍କରିଣୀ ଚତୁଃପାର୍ଶ୍ୱରେ ୧୪୪ ଧାରା ଜାରି କରାଯିବ ।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.