Below header

କେନ୍ଦୁଝର ଜେଲ୍‌ରେ ପସିଲା କରୋନା, କାରାଗାରରୁ ୯ଜଣ ଅନ୍ତେବାସୀ କରୋନା ପଜିଟିଭ୍‌

କେନ୍ଦୁଝର (କେନ୍ୟୁଜ) : ଜେଲ୍‌ରେ ପସିଲା କରୋନା। ଜେଲ୍‌ରୁ ପୁଣି ବାହାରିଲେ କରୋନା ପଜିଟିଭ୍‌ । କେନ୍ଦୁଝର ଜିଲ୍ଲା କାରାଗାରରୁ ୯ଜଣ ଅନ୍ତେବାସୀ କରୋନା ପଜିଟିଭ୍‌ ଚିହ୍ନଟ ହୋଇଛନ୍ତି। ସମସ୍ତଙ୍କୁ ସ୍ୱତନ୍ତ୍ର ଆଇସୋଲସେନ ଓ୍ୱାର୍ଡରେ ରଖାଯାଇଛି । ଗତ କିଛି ଦିନ ତଳେ ଜଣେ ଅନ୍ତେବାସୀ କରୋନା ପଜିଟିଭ୍‌ ଚିହ୍ନଟ ହୋଇଥିଲେ। ବିଚାରଧୀନ କଏଦୀଙ୍କ ମଧ୍ୟରୁ ୩୦ଜଣଙ୍କ କରୋନା ଟେଷ୍ଟ ପାଇଁ ନମୁନା ସଂଗ୍ରହ କରାଯାଇଥିଲା। ସେମାନଙ୍କ ମଧ୍ୟରୁ ୯ଜଣ ପଜିଟିଭ୍‌ ଚିହ୍ନଟ ହୋଇଛନ୍ତି। ସେମାନଙ୍କୁ ଜେଲ୍‌ ପରିସରରେ ଥିବା ଏକ ସ୍ୱତନ୍ତ୍ର କୋଠରୀରେ ରଖି ଚିକିତ୍ସା କରାଯାଉଛି। ନେଗେଟିଭ୍‌ ଆସିଥିବା ଅନ୍ୟ ୨୧ଜଣଙ୍କୁ ମଧ୍ୟ ସଙ୍ଗରୋଧରେ ରଖାଯାଇଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.