Below header

ଆଜି ରଥକାଠ ଅନୁକୂଳ ପୂଜା: ଆଜ୍ଞା ମାଳ ନେଇ ନୟାଗଡ଼ରେ ପହଞ୍ଚିଲେ ୪ ଜଣିଆ ପ୍ରତିନିଧି ଦଳ

ଚଳିତବର୍ଷ ପୁରୀ ରଥଯାତ୍ରା ପାଇଁ ପ୍ରକ୍ରିୟା ଆରମ୍ଭ। ତିନି ରଥ ନିର୍ମାଣ ପାଇଁ କାଠ ସଂଗ୍ରହ ପାଇଁ ଆଜ୍ଞା ମାଳ ଧରି ନୟାଗଡ଼ରେ ପହଞ୍ଚିଲେ ପୁରୀ ଶ୍ରୀମନ୍ଦିରର୪ ଜଣିଆ ପ୍ରତିନିଧି ଦଳ। ଦାରୁବିଗ୍ରହଙ୍କ ଲାଗି ଖଣ୍ଡୁଆ, ମାଳ, ମାହାର୍ଦ୍ଦ, ପତନୀ, ଧୂପ ଓ ଦୀପ ନେଇ ନୟାଗଡ଼ରେ ପହଞ୍ଚିଛନ୍ତି।

ଦଶପଲ୍ଲା (କେନ୍ୟୁଜ): ଚଳିତବର୍ଷ ପୁରୀ ରଥଯାତ୍ରା ପାଇଁ ପ୍ରକ୍ରିୟା ଆରମ୍ଭ। ତିନି ରଥ ନିର୍ମାଣ ପାଇଁ କାଠ ସଂଗ୍ରହ ପାଇଁ ଆଜ୍ଞା ମାଳ ଧରି ନୟାଗଡ଼ରେ ପହଞ୍ଚିଲେ ପୁରୀ ଶ୍ରୀମନ୍ଦିରର୪ ଜଣିଆ ପ୍ରତିନିଧି ଦଳ। ଦାରୁବିଗ୍ରହଙ୍କ ଲାଗି ଖଣ୍ଡୁଆ, ମାଳ, ମାହାର୍ଦ୍ଦ, ପତନୀ, ଧୂପ ଓ ଦୀପ ନେଇ ନୟାଗଡ଼ରେ ପହଞ୍ଚିଛନ୍ତି। ଆଜି ବଡ଼ରାଉଳ ଠାକୁରାଣୀଙ୍କ ନିକଟରେ ପୂଜାର୍ଚ୍ଚନା ପରେ ରଥ ପାଇଁ କାଠ କଟା ଅନୁକୂଳ ହେବ। ଦଶପଲ୍ଲା ଜଙ୍ଗଲରୁ ହେବ କାଠ ସଂଗ୍ରହ ପ୍ରକ୍ରିୟା। ରଥ ସଂହିତା ଅନୁଯାୟୀ ତିନି ରଥ ନିର୍ମାଣ ଲାଗି ମୋଟ ୮୬୫ ଖଣ୍ଡ କାଠ ଆବଶ୍ୟକ ହୋଇଥାଏ।

ଗତବର୍ଷ ଆସିଥିବା କାଠ ମଧ୍ୟରୁ ୫୩ ଖଣ୍ଡ ବଳକା ରହିଛି। ଏଥର ବାକି ୮୧୨ଖଣ୍ଡ କାଠ ଆସିବ। ଏହି କାଠ ମଧ୍ୟରୁ ଶ’ ମିଲକୁ ୪୩୧ ଖଣ୍ଡ ଏବଂ ରଥଖଳାକୁ ୩୮୧ ଖଣ୍ଡ କାଠ ଆସିବ। ରଥ ନିର୍ମାଣ ପାଇଁ ଅସନ, ଧଉରା, ଫାଶି ଓ ଶିମିଳି କାଠ ଆସିଥାଏ। ପରମ୍ପରା ଅନୁଯାୟୀ ସେଥିମଧ୍ୟରୁ ୧୨ଫୁଟିଆ ୩ ଖଣ୍ଡ ଧଉରା କାଠ ବସନ୍ତ ପଞ୍ଚମୀ ତିଥିରେ ଅନୁକୂଳ କରାଯିବ। ପବିତ୍ର ଅକ୍ଷୟ ତୃତୀୟାରେ ରଥ ନିର୍ମାଣ ଅନୁକୂଳ କରାଯିବାର ବିଧି ରହିଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.