Below header

ଜାପାନରେ ଭୂମିକମ୍ପ ପରେ ସୁନାମୀ: ୬ ମୃତ, ଆଗକୁ ବଢିପାରେ ମୃତ୍ୟୁସଂଖ୍ୟା

ଜାପାନରେ ଭୟଙ୍କର ବିପର୍ଯ୍ୟୟ ରଚିଛି ଭୂମିକମ୍ପ । ଥରିଛି ପଶ୍ଚିମ ଜାପାନ । ତୁହାକୁ ତୁହା ଭୂକମ୍ପ ପରେ ସୁନାମୀ । ବର୍ତ୍ତମାନ ସୁଦ୍ଧା ଭୂକମ୍ପରେ ସରକାରୀ ଭାବରେ ୬ ଜଣଙ୍କର ମୃତ୍ୟୁ ହୋଇଥିବା ସୂଚନା ମିଳିଛି । ଆଗକୁ ବଢିପାରେ ମୃତ୍ୟୁସଂଖ୍ୟା । କିଛି ଲୋକ ବିଲ୍ଡିଂ ତଳେ ଚାପି ହୋଇ ରହିଛନ୍ତି।

ନୂଆଦିଲ୍ଲୀ : ଜାପାନରେ ଭୟଙ୍କର ବିପର୍ଯ୍ୟୟ ରଚିଛି ଭୂମିକମ୍ପ । ଥରିଛି ପଶ୍ଚିମ ଜାପାନ । ତୁହାକୁ ତୁହା ଭୂକମ୍ପ ପରେ ସୁନାମୀ । ପଶ୍ଚିମ ଉପକୂଳର ବିଭିନ୍ନ ଅଞ୍ଚଳରେ ଭୟଙ୍କର ବିଭୀଷିକା ଆଣିଛି ଭୂକମ୍ପ। ଫାଳ ହୋଇଗଲା ରାସ୍ତା। ଭୁଶୁଡ଼ି ପଡ଼ିଲା ବିଲ୍ଡିଂ। ବିଛିନ୍ନ ହୋଇଯାଇଛି ଯୋଗାଯାଗ, ବିଦ୍ୟୁତ ସରବରାହ। ୩୨ ହଜାରରୁ ଅଧିକ ଘର ଅନ୍ଧାରରେ ରହିଛି । ହଜାର ହଜାର ବିପନ୍ନଙ୍କ ପାଖରେ ମୁଣ୍ଡ ଗୁଞ୍ଜିବାକୁ ଘର ନାହିଁ । ବର୍ତ୍ତମାନ ସୁଦ୍ଧା ଭୂକମ୍ପରେ ସରକାରୀ ଭାବରେ ୬ ଜଣଙ୍କର ମୃତ୍ୟୁ ହୋଇଥିବା ସୂଚନା ମିଳିଛି । ଆଗକୁ ବଢିପାରେ ମୃତ୍ୟୁସଂଖ୍ୟା । କିଛି ଲୋକ ବିଲ୍ଡିଂ ତଳେ ଚାପି ହୋଇ ରହିଛନ୍ତି। ଯୁଦ୍ଧକାଳୀନ ଭିତ୍ତିରେ ଚାଲିଛି ଉଦ୍ଧାର କାର୍ଯ୍ୟ। ତେବେ ବିଭିନ୍ନ ସ୍ଥାନରେ ଭୂମିକମ୍ପ ଯୋଗୁ ରାସ୍ତାଘାଟ ଫାଟି ଯାଇଥିବାରୁ ଉଦ୍ଧାର କାର୍ଯ୍ୟରେ ବାଧା ସୃଷ୍ଟି ହୋଇଛି । ଉପକୂଳରେ ଥିବା ଲୋକଙ୍କୁ ଉଚ୍ଚ ସ୍ଥାନକୁ ପଳାଇଯିବାକୁ କହିଛି ଜାପାନ ପ୍ରଶାସନ।

ଗତକାଲି ରାତି ସୁଦ୍ଧା ଜାପାନର ପଶ୍ଚିମ ଉପକୂଳରେ ଥିବା ହୋନସୁ ଉପଦ୍ବୀପରୁ ପାଖାପାଖି ୯୭ହଜାର ଲୋକଙ୍କୁ ସ୍ଥାନାନ୍ତର ପାଇଁ ନିର୍ଦ୍ଦେଶ ଦେଇଥିଲେ ସରକାର । ଗତକାଲି ୭.୬ ତୀବ୍ରତାର ଶକ୍ତିଶାଳୀ ଭୂକମ୍ପରେ ଥରିଥିଲା ପଶ୍ଚିମ ଜାପାନ। ଥରେ ନୁହେଁ, ପଛକୁ ପଛ ୨୧ ଥର ଭୂକମ୍ପ ଝଟକା ଅନୁଭୂତ ହୋଇଥିଲା। ଭୂକମ୍ପ ପରେ ସମୁଦ୍ରରୁ ମାଡ଼ି ଆସିଲା ସୁନାମୀ ଜୁଆର। ଜାପାନ ପଶ୍ଚିମ ଉପକୂଳର ଅନେକ ସହରକୁ ଛୋଟ ସୁନାମୀ ହିଟ୍ କରିଛି। ପୂରା ପଶ୍ଚିମ ଉପକୂଳ ପାଇଁ ସୁନାମୀ ଆଲର୍ଟ ଜାରି ହୋଇଛି। ତେବେ ଭୂକମ୍ପ ଯୋଗୁଁ ଦେଶରେ ନ୍ୟୁକ୍ଲିଅର ପାୱାର ପ୍ଲାଣ୍ଟରେ କୌଣସି ସମସ୍ୟା ସୃଷ୍ଟି ହୋଇ ନାହିଁ। ଦକ୍ଷିଣ କୋରିଆ ଓ ରୁଷକୁ ବି ସୁନାମୀ ସତର୍କତାଜାରି ହୋଇଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.