ରାଜ୍ୟରେ କମିଛି ଶୀତ, ଘନ କୁହୁଡ଼ି ଯୋଗୁ ଜନଜୀବନ ଅସ୍ତବ୍ୟସ୍ତ

ରାଜ୍ୟରେ କମିଛି ଶୀତ । କିନ୍ତୁ ଘନ କୁହୁଡ଼ି ଜନଜୀବନକୁ ଅସ୍ତବ୍ୟସ୍ତ କରୁଛି । ଏବେ ରାଜ୍ୟରେ ବିଶେଷ ଶୀତ ଅନୁଭୂତ ହେଉନି । ଆଗାମୀ ୩ ଦିନ ଯାଏ ପାଗ ଶୁଖିଲା ରହିବ । ଅନେକ ସ୍ଥାନରେ ତାପମାତ୍ରା ସ୍ବାଭାବିକଠାରୁ ୨-୩ ଡିଗ୍ରୀ ଅଧିକ ରହିବ ।

ଭୁବନେଶ୍ୱର (କେନ୍ୟୁଜ): ରାଜ୍ୟରେ କମିଛି ଶୀତ । କିନ୍ତୁ ଘନ କୁହୁଡ଼ି ଜନଜୀବନକୁ ଅସ୍ତବ୍ୟସ୍ତ କରୁଛି । ଏବେ ରାଜ୍ୟରେ ବିଶେଷ ଶୀତ ଅନୁଭୂତ ହେଉନି । ଆଗାମୀ ୩ ଦିନ ଯାଏ ପାଗ ଶୁଖିଲା ରହିବ । ଅନେକ ସ୍ଥାନରେ ତାପମାତ୍ରା ସ୍ବାଭାବିକଠାରୁ ୨-୩ ଡିଗ୍ରୀ ଅଧିକ ରହିବ । ତେବେ ଏହି ସମୟରେ ଘନ କୁହୁଡ଼ିର ପ୍ରଭାବ ଜାରି ରହିବ । ଆଜି ପାଇଁ ଭୁବନେଶ୍ବର, କଟକ ସମେତ ରାଜ୍ୟର ବିଭିନ୍ନ ଜିଲ୍ଲାରେ ଦେଖିବାକୁ ମିଳିଛି ଘନ କୁହୁଡ଼ି । କିଛି ମିଟରରୁ ବି ଦେଖାଯାଉନି ରାସ୍ତାଘାଟ ।

ଆଜି ପାଇଁ କଳାହାଣ୍ଡି, କନ୍ଧମାଳ, ରାୟଗଡ଼ା, ସୋନପୁର, କୋରାପୁଟ, ବଲାଙ୍ଗିର, ବୌଦ୍ଧ, ଅନୁଗୋଳ, ଦେବଗଡ଼, ସୁନ୍ଦରଗଡ଼, କଟକ ଓ ଜଗତସିଂହପୁର ଜିଲ୍ଲାକୁ କୁହୁଡ଼ି ପାଇଁ ୟେଲୋ ୱାର୍ଣ୍ଣିଂ ଦେଇଥିଲା ପାଣିପାଗ ବିଭାଗ । ଆସନ୍ତାକାଲି ଘନ କୁହୁଡ଼ି ପାଇଁ ୧୦ ଜିଲ୍ଲାକୁ ଜାରି ହୋଇଛି ୟେଲୋ ସତର୍କତା । ଜାନୁଆରୀରେ କମ୍ ରହିପାରେ ଥଣ୍ଡା ।

୨୦୨୪ ରେ ଶୀତର ପ୍ରଭାବ କମିବା ସମ୍ଭାବନା ରହିଛି । ସ୍ୱାଭାବିକ ତୁଳନାରେ ରାତ୍ରି ତାପମାତ୍ରା ଅଧିକ ରହିବାର ସମ୍ଭାବନା ଥିବାରୁ ଥଣ୍ଡା କମ ରହିବ ।
ସେହିପରି ପାଣିପାଗ ବିଭାଗ ପୂର୍ବନୁମାନ କରିଛି, ଜାନୁଆରୀରୁ ମାର୍ଚ୍ଚ ଭିତରେ ରାଜ୍ୟର ବିଭିନ୍ନ ସ୍ଥାନରେ ବର୍ଷା ସମ୍ଭାବନା ରହିଛି । କିଛି ସ୍ଥାନରେ ବର୍ଷାର ପ୍ରକୋପ ସ୍ବାଭାବିକଠାରୁ ଅଧିକ ରହିବ । ଏହି କାରଣରୁ ରାଜ୍ୟକୁ ଜଳୀୟବାଷ୍ପପୂର୍ଣ୍ଣ ବାୟୁ ପ୍ରବେଶ ଅଧିକ ରହିବ । ତେଣୁ ଶୀତ ବେଶୀ ଅନୁଭୂତ ହେବ ନାହିଁ ।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.