Below header

ଲୋକାର୍ପିତ ହେଲା ପୁରୀ ଶ୍ରୀଜଗନ୍ନାଥ ହେରିଟେଜ କରିଡର ଡ୍ରାଫ୍ଟ ଆର୍କିଟେକ୍ଚରାଲ ପ୍ଲାନ, ମୁଖ୍ୟମନ୍ତ୍ରୀ କଲେ ଲୋକାର୍ପିତ

ପୁରୀ ଶ୍ରୀଜଗନ୍ନାଥ ହେରିଟେଜ କରିଡର ଡ୍ରାଫ୍ଟ ଆର୍କିଟେକ୍ଚରାଲ ପ୍ଲାନ ଲୋକାର୍ପିତ । ଲୋକସେବା ଭବନରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏହାକୁ ରାଜ୍ୟର ଜନସାଧାରଣଙ୍କ ଉଦ୍ଦେଶ୍ୟରେ ଲୋକାର୍ପଣ କରିଛନ୍ତି । ଶ୍ରୀଜଗନ୍ନାଥ ଐତିହ୍ୟ କରିଡର ପାଇଁ ଯେଉଁ ମଠ ଓ ବ୍ୟକ୍ତବିଶେଷ ଜମି ଦେଇଛନ୍ତି ସେମାନଙ୍କୁ ମୁଖ୍ୟମନ୍ତ୍ରୀ ଧନ୍ୟବାଦ ଜଣାଇଛନ୍ତି । ଜମି ଦାନ କରିଥିବା ସବୁ ବ୍ୟକ୍ତିବିଶେଷଙ୍କ ନାଁ ଐତିହ୍ୟ କରିଡରର ଫଳକରେ ସ୍ଥାନ ପାଇବ । ଅଧିଗୃହୀତ ସବୁ ଜମି ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ନାଁରେ ରେକର୍ଡ କରାଯିବ । କରିଡର ଡ୍ରାଫଟ ଆର୍କିଟେକରାଲ ପ୍ଲାନ ସମ୍ପର୍କରେ ଜନସାଧାରଣ ସେମାନଙ୍କ ମତାମତ ଜାନୁଆରୀ ୧୫ ସୁଦ୍ଧା ଶ୍ରୀମନ୍ଦିର ପ୍ରଶାସନକୁ ଇ-ମେଲ ଜରିଆରେ ଦେଇପାରିବେ । ଜନସାଧାରଣଙ୍କ ପ୍ରସ୍ତାବକୁ ତର୍ଜମା ପରେ ଚୂଡ଼ାନ୍ତ ପ୍ଲାନ ଫେବ୍ରୁଆରୀରେ ପ୍ରକାଶ ପାଇବ । ଚିଠା ଆର୍କିଟେକଚରାଲ ପ୍ଲାନ କେବଳ କରିଡରର ସୌନ୍ଦର୍ଯ୍ୟ ଓ ବିଭିନ୍ନ ସୁବିଧାସୁଯୋଗର ବିକାଶ ମଧ୍ୟରେ ସୀମିତ ।

ଶ୍ରୀମନ୍ଦିରରେ ଶ୍ରଦ୍ଧାଳୁଙ୍କ ପାଇଁ ଅତ୍ୟାଧୁନିକ ଶୃଙ୍ଖଳିତ ଧାଡ଼ି ବ୍ୟବସ୍ଥା କରାଯିବ । ମଝିରେ ମଝିରେ ଭକ୍ତ ବିଶ୍ରାମ ନେବା ପାଇଁ ସୁବିଧା ହେବ । ଯାତ୍ରୀମାନଙ୍କ ପାଦ ଓ ହାତ ଧୋଇବା ପାଇଁ ଅତ୍ୟାଧୁନିକ ବ୍ୟବସ୍ଥା, ଉପଯୁକ୍ତ ଆଲୋକ, ସିସିଟିଭି ବ୍ୟବସ୍ଥା ସହ ପିଇବା ପାଣି ଓ ଶୌଚାଳୟ ବ୍ୟବସ୍ଥା କରାଯିବ । ଶ୍ରୀମନ୍ଦିର ଚାରିପାଖରେ ନିରାପତ୍ତା ବ୍ୟବସ୍ଥାକୁ ସୁଦୃଢ଼ କରାଯିବ । ଶ୍ରୀଜଗନ୍ନାଥଙ୍କର ବେଶ, ଦଶାବତାର ଓ ଜଗନ୍ନାଥ ସଂସ୍କୃତି ସମ୍ପର୍କରେ ଯାତ୍ରୀଙ୍କୁ ଅବଗତ କରାଇବାର ବ୍ୟବସ୍ଥା କରାଯିବ । ଆଗକୁ କିଭଳି ଶ୍ରୀମନ୍ଦିର, ବେଳାଭୂମି ଓ ବଡଦାଣ୍ଡ ଦେଖାଯିବ ତାକୁ ପ୍ଲାନ ମାଧ୍ୟମରେ ଦର୍ଶାଯାଇଛି । ମୁଖ୍ୟମନ୍ତ୍ରୀ ହେଉଛନ୍ତି ଜଗନ୍ନାଥଙ୍କ ବଡ଼ ଭକ୍ତ । ଶ୍ରୀକ୍ଷେତ୍ର ଉନ୍ନତି ମୁଖ୍ୟମନ୍ତ୍ରୀଙ୍କ ବଡ ସ୍ୱପ୍ନ ଥିଲା । ସେ ମନ୍ଦିରକୁ ଆସିବା ବେଳେ ବଡଦାଣ୍ଡ ଓ ବେଢ଼ାର ବିକାଶ ପାଇଁ ଚିନ୍ତା କରୁଥିଲେ । ରାସ୍ତାରେ ଆସିବା ବେଳେ ଅନେକ ବିଜ୍ଞାପନରେ ଜଗନ୍ନାଥଙ୍କ ଫଟୋ ଥିଲା । ସେ ଏସବୁକୁ ଦେଖି ହାତ ଯୋଡି ଦେଉଥିଲେ । ଏହା କହିଛନ୍ତି ଫାଇଭ ଟି ସଚିବ ଭି କାର୍ତ୍ତିକେୟନ ପାଣ୍ଡିଆନ୍‌ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.