ଜେଲରୁ ମୁକ୍ତ ହୋଇଥିବା ଅପରାଧୀର ବର୍ବରକାଣ୍ଡ, ତାଡି ପିଇଥିବା ୪ ମହିଳାଙ୍କୁ ଟାର୍ଗଟ କରି କଲା ସିରିଏଲ କିଲିଂ

ତେଲେଙ୍ଗନାର ମେହବୁବ ନଗରର ଜିଲ୍ଲା  ପୋଲିସ ଜଣେ ଏଭଳି ସିରିଏଲ କିଲରକୁ ଗିରଫ କରିଛି ଯାହା  ବିଷୟରେ ଶୁଣିଲେ ଯେକେହିବି ତାଜୁବ ହୋଇଯିବେ। ଏହି ଅପରାଧୀ ଜଣକ କିଛି ଦିନ ତଳେ ୧୪ ମର୍ଡର କରି ଜେଲକୁ ଯାଇଥିଲା। କିନ୍ତୁ ଜେଲରେ ଏଭଳି ସରଳ ସ୍ବଭାବ ପଦର୍ଶନ କରିଥିଲା ଯେଉଁ କାରଣରୁ ଏହି ଅପରାଧୀକୁ ମୁକ୍ତ  କରାଯାଇଥିଲା। ଜେଲରୁ ମୁକୁଳି ଏହି ଅପରାଧୀ ଜଣକ ଗୋଟିଏ ପରେ ଗୋଟିଏ ୪ ଜଣଙ୍କୁ ହତ୍ୟା କରିଦେଇଥିଲା।

୪୨ ବର୍ଷିୟ ୱାଇ ସିନୁ ନିଜ ଭାଇର ହତ୍ୟା ଅଭିଯୋଗରେ  ଜେଲକୁ ଯାଇଥିଲା । ଯେଉଁଠାରେ ସେ ଦୋଷୀ ବୋଲି  ପ୍ରମାଣିତ ହୋଇଥିଲା। ଶ୍ରୀନୁ ଉପରେ ୨୦୦୭ରୁ ୨୦୧୫ ମଧ୍ୟରେ ୧୪ ମର୍ଡର କେସ୍ ରହିଥିଲା। ଯେଉଁଥିରୁ ୩ ମାମଲାରେ  ସେ  ଦୋଷୀ ବୋଲି ପ୍ରମାଣିତ ହୋଇଥିଲା । ବାକି ୧୧ଟି ମାମଲାରେ ତଳକୋର୍ଟ ନିର୍ଦ୍ଦୋଶରେ ଖଲାସ କରିଦେଇଥିଲେ।

serial killer1

ପୋଲିସ ଶ୍ରୀନୁର ପତ୍ନୀ ୱାଇ ସଲମ୍ମାକୁ ମଧ୍ୟ  ଏହି ମାମଲାରେ ଗିରଫ କରିଛି। ପଚରା ଉଚରା ପରେ  ଶ୍ରୀନୁ କହିଥିଲା ଶାଦନଗର, ଶମଶାବାଦ ଓ ବାଲାନଗର ଅଞ୍ଚଳରେ ଏହି ଘଟଣା ଭିଆଇଛି। ଏହି ସବୁ ଅଞ୍ଚଳ ହାଇଦ୍ରାବାଦର ସାଇବରାବାଦ କମିଶନର ଜୋନ ପରିସରରେ ଆସୁଛି ।

'अच्छे व्यवहार' से मर्डर की सजा काट जेल से जल्दी न‍िकला, बना सीर‍ियल क‍िलर

୧୭ ଡିସେମ୍ବର ମହବୁବନଗର ଜିଲ୍ଲାର ଦେବର୍କଦରା ଥାନା ଅଧିନର ଏକ ଅଞ୍ଚଳରେ ଜଣେ  ମହିଳାଙ୍କ ମ୍‌ତଦେହ ମିଳିଥିଲା। ଏହି ଘଟଣାରେ ପୋଲିସ ଶ୍ରୀନୁକୁ ପଚରାଉଚରା କରିବାକୁ ଡାକିଥିଲା। ଯେତେବେଳେ ଶ୍ରୀନୁକୁ ଧରି ପଚରାଉଚରା କରାଯାଇଥିଲା ସେତେବେଳେ  ସାମ୍ନାକୁ ଆସିଥିଲା ସତ୍ୟ। ଶ୍ରୀନୁ ୨୦୧୯ରେ ଏହି ଭଳି ଭାବେ ୪ ଜଣ ମହିଳାଙ୍କୁ ହତ୍ୟା କରିଥିଲା। ଶ୍ରୀନୁ ଯେତେଟାବି ହତ୍ୟା କରିଛି ସେସବୁ ମହିଳା ହିଁ ଥିଲେ। କେବଳ ନିଜ ଭାଇକୁ ଛାଡି ଯେଉଁ ମହିଳାମାନେ ତାଡି ପିଉଥିଲେ ସେମାନଙ୍କୁ  ଟାର୍ଗେଟ କରୁଥିଲା ଶ୍ରୀନୁ।

Related image

ପୋଲିସ କହିବା ମୁତାବକ ଏହି ଚାରିଜଣ ମହିଳାଙ୍କ ହତ୍ୟା ବ୍ୟତିତ ଶ୍ରୀନୁ ଉପରେ ଆହୁରି ୧୪ଟି ହତ୍ୟା ମାମଲା ଚାଲିଥିଲା । ୨୦୦୧ରେ  ଶ୍ରୀନୁ ନିଜ ଭାଇକୁ ମର୍ଡର କରିଥିଲା ।  ଏହା ସହିତ ଆହୁରି ଦୁଇ ହତ୍ୟା ଘଟଣାରେ ମଧ୍ୟ ଶ୍ରୀନୁ ଅଭିଯୁକ୍ତ  ବୋଲି ପ୍ରମାଣିତ ହୋଇଥିଲା । ଯେଉଁକାରଣରୁ  ତାକୁ ଆଜୀବନ ସଜ୍ଜା ହୋଇଥିଲା । କିନ୍ତୁ ଶ୍ରୀନୁ ଜେଲରେ ନିଜର ସରଳ ସ୍ବଭାବ ପ୍ରତିପୋଷଣ କରିବାରୁ ସେ ଜେଲରୁ ମୁକୁଳିଥିଲା । ଜେଲରୁ ବାହାରି ଆସିବା ପରେ ଶ୍ରୀନୁ ଚାରିଜଣ ମହିଳାଙ୍କୁ ହତ୍ୟା କରିଥିଲା। ପୋଲିସ ଏହା କହିଛି ଯେ ଅତୀତରେ  ଯେଉଁ  ୧୧ କେସରେ ଶ୍ରୀନୁକୁ  ନିର୍ଦ୍ଦୋଶରେ ଖଲାସ  ହୋଇଥିଲା ସେହି କେସ ଗୁଡିକୁ ପୂନର୍ବାର ତଦନ୍ତ ଚାଲିବ ଓ ଶ୍ରୀନୁକୁ ଯେମିତି କଠିନରୁ କଠିନ ସଜ୍ଜା ମିଳିପାରିବ ସେଥିପାଇଁ ଚେଷ୍ଟା କରାଯିବ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.