ପୁରୀ ନବକଳେବର ସ୍ଥିତ ଏକ ସ ମିଲ୍‌ରେ ଭୟାବହ ଅଗ୍ନିକାଣ୍ଡ: ୫କୋଟି ଟଙ୍କାର ମୂଲ୍ୟବାନ କାଠ ପୋଡି ପାଉଁଶ

ପୁରୀ(କେନ୍ୟୁଜ୍):ପୁରୀ ନବକଳେବର ସ୍ଥିତ ଏକ ସ ମିଲ୍‌ରେ ଭୟାବହ ଅଗ୍ନିକାଣ୍ଡ। କୋଟି କୋଟି ଟଙ୍କାର ମୂଲ୍ୟବାନ କାଠ ପୋଡି ପାଉଁଶ ।ଗତକାଲି ବିଳମ୍ବିତ ରାତିରେ ଘଟିଥିଲା ଏହି ଅଗ୍ନିକାଣ୍ଡ।

ପୁରୀ ନବକଳେବର ରୋଡ଼ ସ୍ଥିତ ଶ୍ରୀ ଜଗନ୍ନାଥ ଟିମ୍ବର ଡିପୋରେ ଏହି ଅଗ୍ନିକାଣ୍ଡ ଘଟିଥିବା ସୂଚନା ମିଳିଛି। ରାତି ୧୨ଟାରେ ଅଗ୍ନିକାଣ୍ଡ ଘଟିଥିବା ବେଳେ ଦେଖୁ ଦେଖୁ ପୁରା କାଠ ଅଡା ଜଳିଯାଇଥିଲା। ଖବର ପାଇ ଅଗ୍ନିଶମ ବାହିନୀର ୮ଟି ଗାଡି ଘଟଣାସ୍ଥଳରେ ପହଞ୍ଚି ଦୀର୍ଘ ୫ଘଣ୍ଟାର ପରିଶ୍ରମ ପରେ ନିଆଁକୁ ଆୟତ୍ତ କରିଥିଲା। ତେବେ ଅଗ୍ନିକାଣ୍ଡର କାରଣ ଅସ୍ପଷ୍ଟ ଥିବା ବେଳେ ପ୍ରାୟ ୫କୋଟି ଟଙ୍କାର ମୂଲ୍ୟବାନ କାଠ ପୋଡି ପାଉଁଶ ହୋଇଯାଇଥିବା ଆକଳନ କରାଯାଇଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.