Below header

ଜାଣନ୍ତୁ କେଉଁ ରାଶି ପାଇଁ କେମିତି ରହିବ ଆଜିର ଦିନଟି

ମେଷ: ବୈବାହିକ ଜୀବନ ସୁଖଦ ହେବ । ବ୍ୟବସାୟୀଙ୍କୁ ଅଚନକ ଧନଲାଭ ହେବ । ନିଜ ଅଫିସ କାର୍ଯ୍ୟକୁ ନେଇ ଅଧିକ ସଚେତନ ରହିବା ପାଇଁ ପଡିବ । ବ୍ୟବସାୟୀମାନଙ୍କୁ ନିଜ ପ୍ରତିପକ୍ଷଙ୍କ ପ୍ରତି ସତର୍କ ରହିବାକୁ ପଡ଼ିବ। ଆପଣଙ୍କର ଜମା ହୋଇଥିବା ପୁଞ୍ଜିରେ ବୃଦ୍ଧି ହୋଇପାରେ । ନିଜକୁ ସୁସ୍ଥ ରଖିବା ପାଇଁ ଆପଣ ଅଧିକ ପରିମାଣର ସବୁଜ ପନିପରିବା ଖାଇବା ଉଚିତ୍ ।

ବୃଷ : ଆଜି ଆପଣ କାର୍ଯ୍ୟକୁ ନେଇ ବହୁତ ବ୍ୟସ୍ତ ରହିବେ । ଚାକିରି ହେଉ କିମ୍ବା ବ୍ୟବସାୟ ହେଉ, ଆପଣଙ୍କୁ ଆଜି ସମସ୍ତ କାର୍ଯ୍ୟ ସମାପ୍ତ କରିବାକୁ କଠିନ ପରିଶ୍ରମ କରିବା ପାଇଁ ପଡିବ । ସ୍ୱାସ୍ଥ୍ୟକୁ ସତର୍କ ରହୁନ୍ତି । ଟିକିଏ ଅସାବଧାନତା ମଧ୍ୟ ଆପଣଙ୍କୁ ଅସୁସ୍ଥ କରିପାରେ । ଆର୍ଥିକ ଦୃଷ୍ଟିକୋଣରୁ ଆଜି ଏକ ଭଲ ଦିନ ରହିବ ।

ମିଥୁନ : କର୍ମକ୍ଷେତ୍ରରେ ମାନ ସମ୍ନାନ ପାଇବେ । ବ୍ୟବସାୟୀଙ୍କ ପାଇଁ ଦିନଟି ଅନୁକୂଳ । ବ୍ୟବସାୟରେ ଲାଭ ପାଇପାରିବେ । ଦୂର ବନ୍ଧୁଙ୍କ ସହିତ ଦେଖା ହୋଇ ପାରେ । ଦାମ୍ପତ୍ୟ ଜୀବନ ସୁଖମୟ ହେବା । ଭ୍ରମଣର ଯୋଗ ରହିଛି । କୌଣସି ଶୁଭ ଖବର ପାଇପାରନ୍ତି । ଆଜି ଧନଲାଭର ସମ୍ଭାବନା ରହିଛି ।

କର୍କଟ : ଆଜି ଏହି ରାଶିର କିଛି ବେରୋଜଗାର ଲୋକମାନଙ୍କ ପାଇଁ ଶୁଭ ଦିନଟିଏ । କାରଣ ଆଜି ସେମାନଙ୍କୁ ଚାକିରୀ ମିଳିପାରେ ଯାହାଦ୍ୱାରା ସେମାନଙ୍କର ଆର୍ଥିକ ଅବସ୍ଥା ସୁଧୁରିବ। ଛାତ୍ରଛାତ୍ରୀ ମାନେ ପାଠପଢାରେ ଉନ୍ନତି କରିବେ । ସ୍ୱାମୀସ୍ତ୍ରୀଙ୍କ ମଧ୍ୟରେ ଦାମ୍ପତ୍ୟ ଜୀବନ ସୁଖମୟ ହେବ ।

ସିଂହ : ଘରକୁ ଅତିଥି ଆସି ପାରନ୍ତି । କର୍ମକ୍ଷେତ୍ରରେ ସମ୍ମାନ ମିଳିବ । ବ୍ୟବସାୟରେ ଲାଭ ମିଳିବ । ନୂତନ ଦ୍ରବ୍ୟ କ୍ରୟ କରିପାରନ୍ତି । ପୂଜାର୍ଚ୍ଚନାରେ ଅଧିକ ସମୟ ଅତିବାହିତ କରିବେ । ଦୂରଯାତ୍ରା କରିବାର ସୁଯୋଗ ରହିଛି । ଆର୍ଥିକ ସ୍ଥିତି ଭଲ ରହିବ ।

କନ୍ୟା : କୌଣସି ନୂତନ ଯୋଜନା ଉପରେ କାର୍ଯ୍ୟ କରିବା ପୂର୍ବରୁ ଭଲ ଭାବରେ ବିଚାର କରି ନିଅନ୍ତୁ । ଅଯଥା ସମୟ ନଷ୍ଟ କରନ୍ତୁ ନାହିଁ । କର୍ମକ୍ଷେତ୍ରରେ ସଫଳତା ପାଇବା ସହ ବନ୍ଧୁଙ୍କ ସହଯୋଗ ପାଇବେ । ବ୍ୟବସାୟରେ ଉନ୍ନତି ହେବା ସହ ଆକସ୍ମିକ ଧନ ଲାଭ ହେବାର ସମ୍ଭାବନା ରହିଛି ।

ତୁଳା : ନିଜ ଅଭ୍ୟାସକୁ ପରିବର୍ତ୍ତନ କରନ୍ତୁ । ଆଜି ବ୍ୟବସାୟୀମାନେ ଲାଭରେ ରହିବେ । ନୂତନ ଘର, ସମ୍ପତ୍ତି ଇତ୍ୟାଦି କିଣିବାକୁ ଚିନ୍ତା କରିପାରନ୍ତି । ପାରିବାରିକ ସ୍ଥିତି ସ୍ୱାଭାବିକ ରହିବ । ସ୍ୱାସ୍ଥ୍ୟ ଭଲ ରହିବ । ଦେଇଥିବା ଟଙ୍କା ଫେରି ପାଇବେ । ପୁରୁଣା ବନ୍ଧୁଙ୍କ ସହିତ ମିଳନ ହୋଇପାରେ ।

ବିଛା : କାମକାର୍ଯ୍ୟରେ ଆପଣ ବହୁତ ଲାଭ ପାଇପାରନ୍ତି । ସ୍ୱାସ୍ଥ୍ୟ ସମସ୍ୟା ଦେଖାଦେବ । ରାଜନୀତି କ୍ଷେତ୍ରରେ ଥିବା ବ୍ୟକ୍ତି ସମାଜ ସେବାରେ ମନ ବଳାଇବେ । ବ୍ୟବସାୟରେ ଲାଭ ମିଳିବାର ସମୟ । ଦୂରଯାତ୍ରା କରିବାର ଯୋଜନା କରିପାରନ୍ତି ।

ଧନୁ : ଅର୍ଥ ଅବସ୍ଥାରେ ଉନ୍ନତି ହେବ । ସମସ୍ତଙ୍କ ସହିତ ମଧୁର ସମ୍ପର୍କ ବନେଇ ରଖିବାକୁ ଚେଷ୍ଟା କରନ୍ତୁ । ଅନଲାଇନ୍ ବ୍ୟବସାୟ କରୁଥିବା ବ୍ୟବସାୟୀ ଆୟ ଭଲ ରହିବ, ଦିନଟି ଭଲ ରହିବ । ବାହାରକୁ ଯିବାକୁ ବିଚାର କରିପାରନ୍ତି । ଛାତ୍ରମାନେ ଅଧ୍ୟୟନରେ ବ୍ୟସ୍ତ ରହିବେ । ଆପଣଙ୍କ ସ୍ୱାସ୍ଥ୍ୟ ଭଲ ରହିବ ।

ମକର : ସ୍ୱାସ୍ଥ୍ୟର ଧ୍ୟାନ ରଖନ୍ତୁ ଓ ପ୍ରତ୍ୟକ ଜିନିଷକୁ ବ୍ୟବସ୍ଥିତ ରଖନ୍ତୁ । ଏକ ନୂତନ ବିତିୟ ବୁଝାମଣା ଅନ୍ତିମ ରୂପ ନେବା ଓ ଧନ ପ୍ରାପ୍ତି ହେବ । ଏମିତି କାର୍ଯ୍ୟ କରନ୍ତୁ ଯାହା କାରଣରୁ ଆପଣଙ୍କୁ ଖୁସି ମିଳିବ, କିନ୍ତୁ ଅନ୍ୟ ମାନଙ୍କ ହସ୍ତକ୍ଷେପଠୁ ନିଜକୁ ରକ୍ଷା କରନ୍ତୁ ।

କୁମ୍ଭ : ନିଜ କାମ ପ୍ରତି ପୂର୍ଣ୍ଣ ଧ୍ୟାନ ଦିଅନ୍ତୁ । ପାରିବାରିକ ସମସ୍ୟା ଉପରେ ଧ୍ୟାନ ଦିଅନ୍ତୁ । ରାଜନୀତି ସହ ଜଡିତ ଲୋକମାନେ ନିର୍ବାଚନ ପରିବେଶକୁ ଦୃଷ୍ଟିରେ ରଖି କୌଣସି ମନ୍ତବ୍ୟ ଦେବା ଉଚିତ୍ ନୁହେଁ । ମହିଳା ମାନେ ନୂତନ ଜିନିଷ କିଣିବାରେ ମନ ନିବେଶ କରିପାରନ୍ତି ।

ମୀନ : ସୂର୍ଯ୍ୟଙ୍କ ପ୍ରଭାବ ହେତୁ ଆପଣଙ୍କ ରୋଗ ଦୂର ହେବ । ଚାକିରି କରୁଥିବା ଲୋକଙ୍କ ପାଇଁ ଆଜିର ଦିନ ଶୁଭ ରହିବ । ବ୍ୟବସାୟରେ ପ୍ରତିଷ୍ଠା ଲାଭ କରିବେ । କୋର୍ଟ ମାମଲା ସମାଧାନ ହେବାକୁ ଯାଉଛି । ଛାତ୍ରଛାତ୍ରୀ ମାନଙ୍କୁ ପାଠ ପଢାରେ ଅଧିକ ପରିଶ୍ରମ କରିବା ପାଇଁ ପଡିବ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.