ବାସ୍ତବରେ କଣ ହୋଇଥିଲା:  ଭୁବନେଶ୍ୱର ବର୍ଥ ଡେ’ ପାର୍ଟିରେ ମହିଳାଙ୍କୁ ଦୁଷ୍କର୍ମ ନୁହେଁ ଅସଦାଚରଣ ଉଦ୍ୟମ ହୋଇଛି, ପୋଲିସ ମାନିଲା ଭୁଲ

ଭୁବନେଶ୍ବର(କେନ୍ୟୁଜ୍): ବର୍ଥ ଡେ ପାର୍ଟିରେ ଉତ୍ପାତ । କେକ୍‌ କାଟିଲେ, ମଦ ପିଇ ମାତାଲ ହେଲେ । ଏପରିକି ହତାହିତ ଜ୍ଞାନ ଭୁଲିଗଲେ । ରାତି ଅଧରେ ମହିଳାଙ୍କୁ ଅସଦାଚରଣ କଲେ । ମହିଳା ଯେତେ ପାଟି କଲେ ବି ଶାନ୍ତ ପଡ଼ିନଥିଲା ସଇତାନ । ଯିଏ ମୁହଁ ଖୋଲିଲା, ତାକୁ ଦେଖାଇଲେ ନାଲି ଆଖି । ଅଶ୍ଳୀଳ ଭାଷାରେ ଗାଳିଗୁଲଜରେ କମ୍ପିଲା ପୂରା ଅଞ୍ଚଳ । ଅଭିଯୋଗ ଅନୁଯାୟୀ, ରବିବାର ରାତିରେ ବର୍ଥ ଡେ ପାର୍ଟିର ଆୟୋଜନ କରିଥିଲା ରଙ୍ଗମାଟିଆର ଦୀପକ ସେଠୀ ।

ସାଙ୍ଗମାନେ ମିଶି ସେଲିବ୍ରେସନ୍‌ ବେଳେ ପ୍ରବଳ ହୋହଲ୍ଲା କରିଥିଲେ । ନିକଟରେ ରହୁଥିବା ଜଣେ ମହିଳା ଏହାକୁ ବିରୋଧ କରିଥିଲେ । ଏଥିରେ ଉତକ୍ଷିପ୍ତ ହୋଇ ମହିଳାଙ୍କ ଘରେ ପଶି ଆକ୍ରମଣ କରିଥିଲେ ଦୁର୍ବୃତ୍ତ । ଅସଦାଚରଣ ଉଦ୍ୟମ କରିଥିଲେ । ମହିଳାଙ୍କ ଚିତ୍କାର ଶୁଣି ପଡ଼ୋଶୀ ଆସିଥିଲେ । ଅଭିଯୁକ୍ତଙ୍କ କବଳରୁ ମହିଳାଙ୍କୁ ଉଦ୍ଧାର କରିଥିଲେ । ତେବେ ଘଟଣାସ୍ଥଳରୁ ଫେରାର୍‌ ହେବା ପୂର୍ବରୁ ପୀଡ଼ିତାଙ୍କୁ ହତ୍ୟା ଧମକ ଦେଇଥିଲେ ଅଭିଯୁକ୍ତ ।

ଭୁବନେଶ୍ୱର ବର୍ଥ ଡେ’ ପାର୍ଟିରେ ମହିଳାଙ୍କୁ ଦୁଷ୍କର୍ମ ନୁହେଁ, ଅସଦାଚରଣ ଉଦ୍ୟମ । ପୋଲିସ୍‌ର ପ୍ରେସ୍‌ ରିଲିଜରେ ଭୁଲ ଥିବା ସ୍ୱୀକାର କଲେ ଜୋନ୍‌ ୫ ଏସିପି । ଏହି ଘଟଣାରେ ୩ଜଣଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି ମଞ୍ଚେଶ୍ୱର ଥାନା ପୋଲିସ । ଗିରଫ ଅଭିଯୁକ୍ତମାନେ ହେଲେ ରଙ୍ଗମାଟିଆ ଅଞ୍ଚଳର ଦୀପକ କୁମାର ସେଠୀ, ୟୁନିଟ୍‌-୮ର ମାଲିଙ୍ଗ ଓ ଦାଶରାଜ ବସ୍ତିର ସ୍ୱାଧୀନ ନାୟକ । ଏହି ଘଟଣାରେ ୧୧ ଜଣଙ୍କ ନାଁରେ ମାମଲା ରୁଜୁ ହେଇଥିବା ବେଳେ ୩ ଜଣଙ୍କୁ ଗିରଫ କରାଯାଇଛି ।

ଅନ୍ୟ ୮ଜଣଙ୍କୁ ଖୋଜୁଛି ପୋଲିସ । ୪୬୧ରେ ପୀଡ଼ିତାଙ୍କ ବୟାନ ରେକର୍ଡ କରିବା ସହ ଅଧିକ ପଚରାଉଚରା କରୁଛି ପୋଲିସ । ସେପଟେ ରାଜଧାନୀରେ ଏଭଳି ଘଟଣାକୁ ନିନ୍ଦା କରିଛନ୍ତି ମହିଳା କମିଶନର । ଆଗକୁ ବାହାରେ ଜନ୍ମ ଦିନ ପାଳନ କରୁଥିବା ବ୍ୟକ୍ତିଙ୍କ ଉପରେ ନଜର ରଖିବ କମିସନରେଟ୍‌ ପୋଲିସ । ସବୁଠୁ ବଡ଼ କଥା ହେଉଛି, ପୂର୍ବରୁ ହତ୍ୟା ଅଭିଯୋଗରେ ଦୀପକ ଜେଲ ଯାଇଥିଲା । ଜାମିନରେ ଆସି ବିଭିନ୍ନ ସମୟରେ ଅସାମାଜିକ କାମରେ ଲିପ୍ତ ଥିଲା । ଏହାସତ୍ତ୍ୱେ ମଧ୍ୟ ପୋଲିସ ତା ଉପରେ ନଜର ରଖିଥିଲା । ମହିଳାଙ୍କ ସୁରକ୍ଷା ନେଇ ପ୍ରଶ୍ନବାଚୀ ସଅଷ୍ଟି ହୋଇଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.