ଘରବାରି ପଟା ପାଇଁ ୪୫ ହଜାର ଟଙ୍କା ଲାଞ୍ଚ ନେଉଥିଲେ ବେଗୁନିଆ ତହସିଲଦାର, ମାଡ଼ିବସିଲା ଭିଜିଲାନ୍ସ

କଟକ(କେନ୍ୟୁଜ୍): ୪୫ ହଜାର ଟଙ୍କା ଲାଞ୍ଚ ନେଇ ଭିଜିଲାନ୍ସ ଜାଲରେ ତହସିଲଦାର। ବେଗୁନିଆ ତହସିଲଦାର ପୃଥିବୀରାଜ୍ ମଣ୍ଡଳ। ଏକ ଘର ବାରି ପଟା ଯୋଗାଇ ଦେବାକୁ ନେଉଥିଲେ ଏହି ଲାଞ୍ଚ।

ଭୁବନେଶ୍ୱର କଳିଙ୍ଗ ବିହାର ଘର ସମ୍ମୁଖରେ ନେଉଥିଲେ ଏହି ଲାଞ୍ଚ। ଭିଜିଲାନ୍ସ ସେଲ ଟିମ ମାଡି ବସିଲା ତହସିଲଦାରଙ୍କୁ। ଲାଞ୍ଚ ଟଙ୍କା ତାଙ୍କ ଠାରୁ ଜବତ କରିଛି ଭିଜିଲାନ୍ସ। ତହସିଲଦାରଙ୍କ ହାତ କେମିକାଲ ରିଆକ୍ସନ ହୋଇଥିବା ଜଣାପଡିଛି।

 

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.