ଖୁବ ଶୀଘ୍ର ଆରମ୍ଭ ହେବ ପୁରୀର ମାଟିଆପଡ଼ା ଠାରେ ବହୁ ପ୍ରତୀକ୍ଷିତ ରେଲୱେ ଓଭର ବ୍ରିଜ କାମ

ପୁରୀ(କେନ୍ୟୁଜ୍): ଖୁବ ଶୀଘ୍ର ଆରମ୍ଭ ହେବ ପୁରୀର ମାଟିଆପଡ଼ା ଠାରେ ବହୁ ପ୍ରତୀକ୍ଷିତ ରେଲୱେ ଓଭର ବ୍ରିଜ କାମ। ଏନେଇ ଜିଲ୍ଲା ପ୍ରଶାସନ ଉଦ୍ୟମ ଆରମ୍ଭ କରିବ। ଜାତୀୟ ରାଜପଥ ବିଭାଗ ପକ୍ଷରୁ ଏହାର ନକ୍ସା ପ୍ରସ୍ତୁତ କରାଯାଇଛି। ଏହାପରେ ଟେଣ୍ଡର ଆହ୍ଵାନ କରାଯାଇ ଜମି ଅଧିଗ୍ରହଣ ହେବ ବୋଲି କହିଛନ୍ତି ଜିଲ୍ଲାପାଳ। ବହୁ ଦିନରୁ ଏହି ରେଲୱେ ଓଭରବ୍ରିଜ ପାଇଁ ଦାବି ହୋଇଆସୁଥିବା ବେଳେ ଏହି ପ୍ରକଳ୍ପ ନେଇ ପୁରୀ ସାଂସଦ ଲୋକସଭାରେ ଦାବି କରିବା ପରେ ରାଜପଥ ବିଭାଗ ଏହାକୁ ଅନୁମୋଦନ କରିଛନ୍ତି।

cmpinaki