ଅନୁଗୁଳ ସୋମନାଥପୁର ଗାଁ ରାସ୍ତାର ଅବସ୍ଥା ଶୋଚନୀୟ, ସ୍ଥାନୀୟ ଲୋକଙ୍କ ଭିତରେ ବଢିଚାଲିଛି ଅସନ୍ତୋଷ
ଅନୁଗୁଳ(କେନ୍ୟୁଜ୍): ଅନୁଗୁଳ ପୌରପାଳିକା ଅଧିନରେ ଥିବା ସୋମନାଥପୁର ଗାଁକୁ ଯିବା ପାଇଁ ଥିବା ରାସ୍ତାର ଅବସ୍ଥା ଶୋଚନୀୟ । ଗାଁରେ ୨ ହଜାରରୁ ଅଧିକ ଲୋକ । କିନ୍ତୁ ଗାଁଠାରୁ ମୁଖ୍ୟ ରାସ୍ତାକୁ ଯୋଡୁଥିବା ରାସ୍ତା ଖାଲଖମାରେ ଭର୍ତ୍ତି । ବର୍ଷା ହେଲେ ଯାଆ ଆସ କରିବା ମୁସ୍କିଲ । ଗ୍ରାମବାସୀ ବାରମ୍ବାର ପ୍ରଶାସନକୁ ଜଣାଇଛନ୍ତି । କିନ୍ତୁ ସୁଫଳ ମିଳି ନାହିଁ । ଅନୁଗୁଳ ଶିଳ୍ପବହୁଳ ଜିଲ୍ଲା । କିନ୍ତୁ ଜିଲ୍ଲାର ସଦରମହକୁମା ପାଖରେ ଥିବା ଗାଁରେ ଅବସ୍ଥା ଏପରି ରହିଛି । ଯାହାକୁ ନେଇ ସ୍ଥାନୀୟ ଲୋକେ ଅସନ୍ତୋଷ ପ୍ରକାଶ କରିଛନ୍ତି ।