ଆଜି ଚାଇନା ବୈଦେଶିକ ମନ୍ତ୍ରୀ ୱେଙ୍ଗ ୟିଙ୍କୁ ଭେଟିବେ ବୈଦେଶିକ ମନ୍ତ୍ରୀ ଏସ୍. ଜୟଶଙ୍କର

ଜାମ୍ମୁ-କାଶ୍ମୀର: ଜାମ୍ମୁ-କାଶ୍ମୀର ପ୍ରସଙ୍ଗକୁ ନେଇ ପାକିସ୍ତାନ ବୈଦେଶିକ ମନ୍ତ୍ରୀ ସାହା ମେହମ୍ମୁଦ କ୍ୟୁରେସିଙ୍କ ଚାଇନା ଗସ୍ତ ପରେ ଗତକାଲି ଭାରତର ବୈଦେଶିକ ମନ୍ତ୍ରୀ ଏସ. ଜୟଶଙ୍କର ଚାଇନା ଗସ୍ତ କରିଛନ୍ତି । ଆଜି ସେ ଚାଇନା ବୈଦେଶିକ ମନ୍ତ୍ରୀ ୱେଙ୍ଗ ୟିଙ୍କୁ ଭେଟିବେ । ଚୀନ ରାଷ୍ଟ୍ରପତି ସି. ଜିନ୍‌ପିଙ୍ଗ ଓ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ମଧ୍ୟରେ ହେବାକୁ ଥିବା ଦ୍ୱିତୀୟ ଅନୌପଚାରିକ ସମିତି ଆୟୋଜନ ସଂପର୍କରେ ଉଭୟ ନେତାଙ୍କ ମଧ୍ୟରେ ଆଲୋଚନା ହେବ । ଆଜି ବୈଦେଶିକ ମନ୍ତ୍ରୀ ଏସ. ଜୟଶଙ୍କର ଚୀନ୍‌ ଗସ୍ତ କରିବାର ଥିଲା। କିନ୍ତୁ ଦିନକ ପୂର୍ବରୁ ସେ ଚୀନ ଗସ୍ତ କରିଛନ୍ତି । ଗସ୍ତ ସମୟରେ ଦୁଇ ଦେଶ ମଧ୍ୟରେ ଦ୍ୱିପାକ୍ଷିକ ସଂପର୍କକୁ ନେଇ ଆଲୋଚନା କରିବେ ବୋଲି ବୈଦେଶିକ ମନ୍ତ୍ରଣାଳୟ ପକ୍ଷରୁ କୁହାଯାଇଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.