Below header

ଆଜି ତ୍ୟାଗ ଓ ବଳିଦାନର ପର୍ବ ଇଦ୍‌-ଉଲ୍‌-ଜୁହା, ମୁସଲମାନ ସମ୍ପ୍ରଦାୟ ପାଇଁ ପବିତ୍ର ଦିନ

ଭୁବନେଶ୍ବର(କେନ୍ୟୁଜ୍) : ଆଜି ଇଦ୍‌-ଉଲ୍‌-ଜୁହା ବା ବକ୍ରିଦ୍‌ । ତ୍ୟାଗ ଓ ବଳିଦାନର ପର୍ବ । ମୁସଲମାନ ସମ୍ପ୍ରଦାୟ ପାଇଁ ଏହା ପବିତ୍ର ଦିନ । ରମ୍‌ଜାନ୍‌ ମାସ ଶେଷ ହେବାର ୭୦ ଦିନ ପରେ ଏହି ବକ୍ରିଦ୍‌ ପାଳନ କରାଯାଏ । ଏହି ଦିନ ମୁସଲମାନ ଭାଇ ମାନେ ପରସ୍ପରକୁ ଆଲିଙ୍ଗନ କରି ଶୁଭେଚ୍ଛା ଜଣାଇଥାନ୍ତି । ଏଥିପାଇଁ ସକାଳୁ ସକାଳୁ ମୁସଲମାନ ଭାଇମାନେ ନୂଆ ଲୁଗା ପିନ୍ଧି ମସ୍‌ଜିଦ୍‌ରେ ପହଞ୍ଚିଛନ୍ତି । ସମୂହ ନମାଜ ପାଠ କରିବା ସହ ପରସ୍ପରକୁ ଇଦ୍‌ର ଶୁଭେଚ୍ଛା ଜଣାଉଛନ୍ତି । ଇଦ୍‌ ପାଇଁ ଘରେ ଘରେ ମଧ୍ୟ ଜୋରଦାର ପ୍ରସ୍ତୁତି । ଲାଗିଛି ବନ୍ଧୁବାନ୍ଧବଙ୍କ ଗହଳି । ତିଆରି ଚାଲିଛି ବିଭିନ୍ନ ପ୍ରକାର ସୁସ୍ୱାଦୁ ବ୍ୟଞ୍ଜନ । ଲାଛା, ସର୍ବତ, ବିରିୟାନୀ ଓ ହାଲୱାରେ ମହକୁଛି ପରିବେଶ । ଏହି ଦିନକୁ ସମସ୍ତେ ବେଶ୍‌ ଆନନ୍ଦର ସହ ପାଳନ କରୁଛନ୍ତି ।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.