Below header

ବର୍ଦ୍ଧମାନ ରାଜକୁମାରଙ୍କ ହାତ ଧରିଲେ ଗଜପତିଙ୍କ ଝିଅ, ରାଜଧାନୀର ପ୍ରତିଷ୍ଠିତ ହୋଟେଲରେ ସମ୍ପନ୍ନ ହୋଇଛି ରାଜକୀୟ ବାହାଘର

ଭୁବନେଶ୍ବର(କେନ୍ଯୁଜ୍): ବର୍ଦ୍ଧମାନ ରାଜକୁମାରଙ୍କ ହାତ ଧରିଲେ ଗଜପତିଙ୍କ ଝିଅ। ରାଜଧାନୀର ଏକ ପ୍ରତିଷ୍ଠିତ ହୋଟେଲରେ ସମ୍ପନ୍ନ ହୋଇଛି ରାଜକୀୟ ବାହାଘର। ରାଜାଘର ପରମ୍ପରା ଅନୁଯାୟୀ ଗଜପତି ଦିବ୍ୟସିଂହ ଦେବଙ୍କ କନିଷ୍ଠ କନ୍ୟା ରାଜକୁମାରୀ ଦେବେଶୀ ବର୍ଦ୍ଧମାନ ରାଜକୁମାର ଆଦିତ୍ୟଙ୍କ ହାତ ଧରିଛନ୍ତି।

royal

ବର୍ଦ୍ଧମାନ ରାଜାଙ୍କ ନାତି ତଥା ହରିୟାଣା ଗୁରଗାଓଁ ନିବାସୀ ରାଜୀବ କେହେରଙ୍କ ପୁତ୍ର ଆଦିତ୍ୟ। ଭୁବନେଶ୍ୱରରେ କୋଭିଡ କଟକଣା ମଧ୍ୟରେ କମ୍‌ ସଂଖ୍ୟକ ଅତିଥିଙ୍କୁ ନେଇ ବିବାହ ଉତ୍ସବର ଆୟୋଜନ କରାଯାଇଥିଲା। ଭୋଜିରେ ଓଡ଼ିଆ ଖାଦ୍ୟ ପରଷାଯିବା ସହ ସଙ୍ଗୀତ କାର୍ଯ୍ୟକ୍ରମ କରାଯାଇଥିଲା।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.