ଆସନ୍ତା ୨୩ରେ ଅନୁଷ୍ଠିତ ହେବ ମହାପ୍ରଭୁଙ୍କ ଦେବ ଦୀପାବଳି, ଶ୍ରୀଜୀଉମାନେ ପିତୃପୁରୁଷଙ୍କ ଉଦ୍ଦେଶ୍ୟରେ କରିବେ ଶ୍ରାଦ୍ଧ ପ୍ରଦାନ
ପୁରୀ (କେନ୍ୟୁଜ): ଆସନ୍ତା ୨୩ରେ ଶ୍ରୀମନ୍ଦିରରେ ଅନୁଷ୍ଠିତ ହେବ ମହାପ୍ରଭୁଙ୍କ ଦେବ ଦୀପାବଳି । ଶ୍ରୀଜୀଉମାନେ ପିତୃପୁରୁଷଙ୍କ ଉଦ୍ଦେଶ୍ୟରେ ଶ୍ରାଦ୍ଧ ପ୍ରଦାନ କରିବେ । ଏହି ଅବସରରେ ଶ୍ରୀମନ୍ଦିରରେ ସ୍ୱତନ୍ତ୍ର ନୀତିକାନ୍ତି ଅନୁଷ୍ଠିତ ହେବ । ଏହି ସ୍ମୃତି ଉଦ୍ଦେଶ୍ୟରେ ଶ୍ରୀଜୀଉ ମାନେ ବିଭିନ୍ନ ଅବତାରରେ ଥିବା ମାତୃ ପିତୃ ଅର୍ଥାତ ପୂର୍ବ ପୁରୁଷ ମାନଙ୍କୁ ମହାପ୍ରଭୁ ଶ୍ୱେତ ବସ୍ତ୍ର ପରିଧାନ ପିଣ୍ଡ ଦାନ କରିବେ ।
ଏହାକୁ ମହାପ୍ରଭୁଙ୍କ ଉଦ୍ଦେଶ୍ୟରେ ଉତ୍ସର୍ଗୀକୃତ କରି ଓଡିଶା ଇଣ୍ଟରନ୍ୟାସନଲ ସେଣ୍ଟର ଓ ପୁରୀର ବିଭିନ୍ନ ସାମାଜିକ ସଂଗଠନ ପକ୍ଷରୁ ସିଂହଦ୍ୱାରଠାରୁ ଶ୍ରୀଗୁଣ୍ଡିଚା ମନ୍ଦିର ପର୍ଯ୍ୟନ୍ତ ବଡ଼ଦାଣ୍ଡର ଉଭୟ ପାର୍ଶ୍ୱରେ ଏକ ଲକ୍ଷ ଦୀପ ଜଳିବାର ଅୟୋଜନ କରାଯାଇଛି। ସାମ୍ବାଦିକ ସମ୍ମିଳନୀରେ ଏହି ସୂଚନା ଦିଆଯାଇଛି। ଦେବ ଦୀପାବଳି ଦିନ ସହରବାସୀ ନିଜ ଘର ଏବଂ ବଡ଼ଦାଣ୍ଡରେ ସ୍ୱେଚ୍ଛାକୃତ ଭାବେ ଦୀପଦାନ କରିବା ଲାଗି ଓଡିଶା ଇଣ୍ଟରନ୍ୟାସନଲ ସେଣ୍ଟର ପକ୍ଷରୁ ନିବେଦନ କରାଯାଇଛି।