Below header

ଏଣିକି ପ୍ରତି ରବିବାର ଶ୍ରଦ୍ଧାଳୁଙ୍କ ପାଇଁ ଖୋଲିବ ପୁରୀ ଶ୍ରୀମନ୍ଦିର, କୋହଳ କଲା ଶ୍ରୀମନ୍ଦିର ପ୍ରଶାସନ

ପୁରୀ(କେନ୍ୟୁଜ୍): ଏଣିକି ପ୍ରତି ରବିବାର ଶ୍ରଦ୍ଧାଳୁଙ୍କ ପାଇଁ ଖୋଲିବ ପୁରୀ ଶ୍ରୀମନ୍ଦିର । କୋଭିଡ କଟକଣା ଯୋଗୁ ସାନିଟାଇଜ ପାଇଁ ଗତ ଦୁଇ ବର୍ଷ ଧରି ଶ୍ରୀମନ୍ଦିରରେ ରବିବାର ଦର୍ଶନ ବନ୍ଦ ରହୁଥିଲା । ଏବେ ସଂକ୍ରମଣ କମିଥିବାରୁ କୋଭିଡ ଗାଇଡଲାଇନକୁ ଶ୍ରୀମନ୍ଦିର ପ୍ରଶାସନ କୋହଳ କରିଛି ।ଆସନ୍ତା ରବିବାର ଅର୍ଥାତ ୨୦ ତାରିଖରୁ ପ୍ରତ୍ୟେକ ରବିବାର ମହାପ୍ରଭୁଙ୍କ ଦର୍ଶନ କରିପାରିବେ ଭକ୍ତ । ଆଜି ଜିଲ୍ଲାପାଳଙ୍କ ଅଧକ୍ଷତାରେ ବସିଥିବା ଛତିଶା ନିଯୋଗ ବୈଠକରେ ଏହି ନିଷ୍ପତି ନିଆଯାଇଛି । ସେହିପରି ମଙ୍ଗଳ ଆଳତୀ ଓ ବଡ ସିଂହାର ସମୟରେ ଦର୍ଶନ ଉପରେ ଥିବା କଟକଣାକୁ ମଧ୍ୟ ଉଠାଇ ଦେଇଛି ପ୍ରଶାସନ ।

ଗ୍ରୀଷ୍ମ ପ୍ରବାହକୁ ଦୃଷ୍ଟିରେ ରଖି ପ୍ରବଳ ଖରାରୁ ଭକ୍ତଙ୍କ ସୁରକ୍ଷା ପାଇଁ ପାନୀୟ ଜଳ ଓ ଅନୁଷଙ୍ଗିକ ବ୍ୟବସ୍ଥା ଗ୍ରହଣ କରାଯିବ। ସେହିପରି ଆଜିର ବୈଠକରେ ଆସନ୍ତା ଦୋଳ ପୂର୍ଣ୍ଣିମା ପାଇଁ ମହାପ୍ରଭୁଙ୍କ ନୀତିନିର୍ଘଣ୍ଟକୁ ମଧ୍ୟ ଅନୁମୋଦନ କରାଯାଇଛି । ଅନ୍ୟପକ୍ଷରେ ଶ୍ରୀମନ୍ଦିର ସୁରକ୍ଷା କରିଡର ନିର୍ମାଣକୁ ମଧ୍ୟ ଛତିଶା ନିଯୋଗ ବୈଠକରେ ସେବାୟତମାନେ ସହଯୋଗ କରିବେବୋଲି ମତ ଦେଇଛନ୍ତି । ଏହି ପ୍ରକଳ୍ପକୁ ନେଇ ବିଭ୍ରାନ୍ତ ନ କରିବା ପାଇଁ ବୈଠକରେ ସର୍ବସମ୍ମତ୍ତି ନିଷ୍ପତି ନିଆଯାଇଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.