ହାତର ଏହି ରେଖା କହିଥାଏ ଆପଣ କୋଟିପତି ହେବେ କି ନାହିଁ, ବର୍ଷିଥାଏ ମା’ ଲକ୍ଷ୍ମୀଙ୍କ କୃପା

ହସ୍ତରେଖା ଅନୁସାରେ ଜଣା ପଡେ ଆପଣ ଧନଵାନ ହେବେ କି ନାହିଁ | ଆପଣଙ୍କ ହାତରେ ଯଦି ଏହି ରେଖା ରହିଛି, ତେବେ ଆପଣଙ୍କୁ ଧନଵାନ ହେବାରୁ କେହି ବଂଚିତ କରି ପାରିବେନି | ହସ୍ତରେଖା ବିଜ୍ଞାନ ଅନୁସାରେ ହାତରେ ଥିବା ଭାଗ୍ୟ ରେଖା ଯଦି ଥିବ ତେବେ ଆପଣଙ୍କୁ କୋଟିପତି ହେବାରୁ କେହି ରୋକି ପାରିବେନାହିଁ | ଲକ୍ଷ୍ମୀଜୀଙ୍କ କୃପା ସର୍ବଦା ତାଙ୍କ ଉପରେ ରହିଥାଏ | ଆସନ୍ତୁ ଜାଣିବା ଭାଗ୍ୟ ରେଖା ସମ୍ପର୍କରେ |

ଭାଗ୍ୟ ରେଖା :  ଏହି ରେଖା ସମସ୍ତଙ୍କ ହାତରେ ମିଳେନାହିଁ | ଏହି ରେଖା ହାତର ଚନ୍ଦ୍ର ପର୍ବତରୁ ଆରମ୍ଭ ହୋଇ ବୃହସ୍ପତି ପର୍ବତରେ ସମାପ୍ତ ହୋଇଥାଏ | ଯାହାଙ୍କ ହାତରେ ଏହି ରେଖା ଥାଏ ସେ କୋଟିପତି ନିଶ୍ଚୟ ହୋଇଥାନ୍ତି | ଭାଗ୍ୟ ରେଖା ମସ୍ତିସ୍କ ଓ ହୃଦୟ ରେଖା ଦେଇ ଅତିକ୍ରମ କରିଥାଏ |

– ସିଧା ଓ ଦୋଷ ରହିତ ଭାଗ୍ୟ ରେଖା : ଭାଗ୍ୟ ରେଖା ଯେତିକି ଲମ୍ବା ଓ ଦୋଷ ରହିତ ହୋଇଥାଏ ବ୍ୟକ୍ତିଙ୍କ ଭାଗ୍ୟରେ ସେତିକି ଧନ ଥାଏ | ଏମିତି ଲୋକଙ୍କ ଭାଗ୍ୟରେ ସେତିକି ସୁଖ ସୁବିଧା ଥାଏ |

– ଦୋଷଯୁକ୍ତ ଭାଗ୍ୟରେଖା : ଭାଗ୍ୟ ରେଖା ଛୋଟ ଓ ଭଙ୍ଗା ହୋଇଥିଲେ ଜୀବନରେ ସଙ୍କଟର ସାମ୍ନା କରିବାକୁ ପଡିଥାଏ |

– ସିଧା ଭାଗ୍ୟ ରେଖା : ସିଧା ଭାଗ୍ୟ ରେଖାକୁ ସବୁଠୁ ଭଲ ଭାଗ୍ୟ ରେଖା କୁହାଯାଇଥାଏ | ଯେଉଁ ଭାଗ୍ୟ ରେଖା ଚନ୍ଦ୍ର ପର୍ବତରୁ ଆରମ୍ଭ ହୋଇ ବୃହସ୍ପତି ପର୍ବତ ପାଖରେ ସମାପ୍ତ ହୋଇଥାଏ, ସେହି ଭାଗ୍ୟ ରେଖା ସବୁଠୁ ଭଲ ଭାଗ୍ୟ ରେଖା ବୋଲି କୁହାଯାଇଥାଏ | ରାହୁ ସ୍ଥାନରୁ ଆରମ୍ଭ ହୋଇଥିବା ଭାଗ୍ୟ ରେଖା ଜୀବନରେ ଅଚାନକ ଧନ ଦେଇଥାଏ |

– ମଜବୁତ ଭାଗ୍ୟରେଖା : ହାତରେ ମଜବୁତ ଭାଗ୍ୟ ରେଖା ଥିଲେ ଲାଭ ମାମଲାରେ ଭାଗ୍ୟବାନ ହୋଇଥାନ୍ତି | ବେଳେ ବେଳେ ମଜବୁତ ଭାଗ୍ୟ ରେଖା ଥିଲେ ମଧ୍ୟ ବ୍ୟକ୍ତିଙ୍କୁ ପୁରା ଲାଭ ମିଳିନଥାଏ | ତେଣୁ ଭଗବାନ ଶିବଙ୍କୁ ଆରାଧନା କରିବା ଉଚିତ | ଏଥି ସହ ଘରର ମୁଖ୍ୟ ଦ୍ୱାର ରେ ଘିଅ ଦୀପ ରଖନ୍ତୁ | ଏମିତି କରିବା ଦ୍ୱାରା ମା’ ଲକ୍ଷ୍ମୀ ପ୍ରସନ୍ନ ହେବ ସହ ଆଶୀର୍ବାଦ ପ୍ରଦାନ କରିବେ |

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.