Below header

 ଏହି ୫ ପରିବା କୋଲେଷ୍ଟ୍ରଲ କମାଇବାରେ କରିଥାଏ ସାହାଯ୍ୟ, ରକ୍ତ କରିଥାଏ ପରିସ୍କାର

କଣ ଆପଣ ବି କୋଲେଷ୍ଟ୍ରଲ ପାଇଁ ଚିନ୍ତିତ ଅଛନ୍ତି | ଆସନ୍ତୁ ଜାଣିବା କୋଲେଷ୍ଟ୍ରଲକୁ କଣ୍ଟ୍ରୋଲ କରିବାର ସହଜ ଉପାୟ | ଆପଣଙ୍କୁ କେଉଁ ଜିନିଷ ସେବନ କରିବାକୁ ହେବ ଓ କଣ ନ ଖାଇବାକୁ ହେବ ଜାଣିବା | କୋଲେଷ୍ଟ୍ରଲ 2 ପ୍ରକାର ହୋଇଥାଏ | ଗୋଟିଏ ଗୁଡ଼ କୋଲେଷ୍ଟ୍ରଲ ଓ ଅନ୍ୟଟି ବ୍ୟାଡ଼ କୋଲେଷ୍ଟ୍ରଲ | ବ୍ୟାଡ଼ କୋଲେଷ୍ଟ୍ରଲ ବଢ଼ିଯିବା ଯୋଗୁ ହାର୍ଟ ସମ୍ବଧିତ ରୋଗ ସୃଷ୍ଟି ହୋଇଥାଏ | ତେଣୁ କୋଲେଷ୍ଟ୍ରଲକୁ ଠିକ ରଖିବା ପାଇଁ
ଏହି ୫ ଟି ପରିବା ଖାଇବା ଜରୁରୀ ହୋଇଥାଏ |

1. ବିନ୍ସ : ବିନ୍ସ ର ସେବନ ଏଥିପାଇଁ ଜରୁରୀ କି ବିନ୍ସରେ ପ୍ରଚୁର ମାତ୍ରାରେ ଫାଇବର,, ଭିଟାମିନ ଓ ମିନେରାଲସ ଆଦି ରହିଥାଏ | ଯେଉଁ କାରଣରୁ ବ୍ୟାଡ଼ କୋଲେଷ୍ଟ୍ରଲଧୀରେ ଧୀରେ କମିଥାଏ |

2. ଭେଣ୍ଡି : ଯେଉଁମାନଙ୍କର କୋଲେଷ୍ଟ୍ରଲବୃଦ୍ଧି ପାଇଛି, ସେମାନଙ୍କୁ ଭେଣ୍ଡି ଜରୁର ଖାଇବା ଆବଶ୍ୟକ | କାରଣ ଭେଣ୍ଡିରେ ଥିବା ଜେଲ ଭଳି ପଦାର୍ଥ ଶରୀରରୁ କୋଲେଷ୍ଟ୍ରଲକୁ ବାହାର କରି ଦେଇଥାଏ | ଭେଣ୍ଡି ସେବନ ଆପଣଙ୍କ କୋଲେଷ୍ଟ୍ରଲକୁ ଏକଦମ ଠିକ କରିଥାଏ

3. ରସୁଣ : ରସୁଣରେ ଏପରି ତତ୍ତ୍ୱ ରହିଛି ଯାହା କୋଲେଷ୍ଟ୍ରଲକୁ ଦ୍ରୁତ ଭାବରେ ହ୍ରାସ କରିଥାଏ | ରସୁଣକୁ ଆପଣ ଖାଦ୍ୟ ପଦାର୍ଥରେ ବା ଖାଲି ଖାଇପାରିବେ |

4. ବାଇଗଣ : ବାଇଗଣରେ ଆଣ୍ଟିଅକ୍ସିଡାଣ୍ଟ ମାତ୍ରା ପ୍ରଚୁର ରହିଥାଏ ଯାହା କୋଲେଷ୍ଟ୍ରଲକୁ କମ କରିଥାଏ | ଏହାଦ୍ୱାରା ହାର୍ଟ ସମ୍ବଧିତ ଅସୁବିଧା ଦୂର ହୋଇଥାଏ | ତେଣୁ ପ୍ରଚୁର ମାତ୍ରାରେ ବାଇଗଣ ଖାଇବା ଦ୍ୱାରା କୌଣସି ପ୍ରକାର ଅସୁବିଧା ହୋଇନଥାଏ |

5, କୋବି : ଏଥିରେ ପ୍ରଚୁର ମାତ୍ରାରେ ଫାଇବର ଥାଏ, ଯାହା ସ୍ୱାସ୍ଥ୍ୟ ପାଇଁ ବହୁତ ଲାଭକାରୀ ହୋଇଥାଏ | କୋବିରେ ଥିବା ଫାଇବର ବ୍ଲଡ଼ ଫ୍ୟାଟ ଓ ବ୍ଲଡ଼ ସୁଗାର କୁ ବହୁତ ମାତ୍ରାରେ କମ କରିଥାଏ |

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.