ଚାଣକ୍ୟ ନୀତି : ଜୀବନରେ ଖାସ କରି ଏହି ୩ କଥାକୁ ଆପଣାନ୍ତୁ, ଖରାପ ହେବନି ପତି-ପତ୍ନୀଙ୍କ ସମ୍ପର୍କ

ଚାଣକ୍ୟ ଜୀ ନିଜର ନୀତି ବଳରେ ହିଁ ନନ୍ଦ ବଂଶର ନାଶ କରିପାରିଥିଲେ | ଚନ୍ଦ୍ରଗୁପ୍ତ ମୌର୍ଯ୍ୟଙ୍କୁ ମଗଧ ସମ୍ରାଟ କରିବାରେ ଏକ ମହତ୍ୱପୂର୍ଣ୍ଣ ଭୂମିକା ନେଇଥିଲେ | ଆଚାର୍ଯ୍ୟ ଚାଣକ୍ୟଙ୍କ ପ୍ରାୟ ସବୁ ବିଷୟରେ ଗଭୀର ଜ୍ଞାନ ରହିଥିଲା | ଏଥିପାଇଁ ସେ ଏକ ନୀତି ଶାସ୍ତ୍ରର ରଚନା କରିଥିଲେ | ଯାହା ଜରିଆରେ ସେ ଦୁନିଆକୁ ମାର୍ଗ ଦର୍ଶନ କରିଥିଲେ | ବର୍ତ୍ତମାନ ସମୟରେ ଚାଣକ୍ୟଜୀଙ୍କ ନୀତିର ବହୁତ ପ୍ରାସଙ୍ଗିକତା ରହିଛି |

ଚାଣକ୍ୟ ତାଙ୍କ ନୀତି ରେ ଏମିତି କିଛି କଥା କହିଛନ୍ତି ଯାହାକୁ ଆପଣାଇ ଜୀବନକୁ ସୁନ୍ଦର କରାଯାଇପାରେ | ଆଜି ଆପଣଙ୍କୁ ଏମିତି କିଛି କଥା କହିବୁ ଯାହାକୁ ଆପଣାଇ ଦାମ୍ପତ୍ୟ ଜୀବନକୁ ସୁନ୍ଦର କରାଯାଇପାରେ | ଆସନ୍ତୁ ଜାଣିବା କଣ ଏହି କଥା |

ପ୍ରେମ :

ଚାଣକ୍ୟ ତାଙ୍କ ନୀତିରେ କହିଛନ୍ତି ଯେ ପ୍ରେମ ସବୁ ସମ୍ପର୍କର ମୁଖ୍ୟ ଆଧାର | ଯେଉଁ ସମ୍ପର୍କରେ ପ୍ରେମ କମିଯାଏ ସେ ସମ୍ପର୍କ ଦୁର୍ବଳ ହୋଇଯାଏ | ତେଣୁ ସମ୍ପର୍କରେ ପ୍ରେମ ବନାଇ ରଖନ୍ତୁ |

ସମର୍ପଣ :

କୌଣସି ବି ସମ୍ପର୍କ ପାଇଁ ସମର୍ପଣ ଭାବ ଜରୁରୀ ହୋଇଥାଏ | ସମ୍ପର୍କରେ ଯଦି ସମର୍ପଣ ଭାବ କମିଯାଏ ସେ ସମ୍ପର୍କ ଦୁର୍ବଳ ହୋଇଯାଏ | ତେଣୁ ସମ୍ପର୍କରେ ସମର୍ପଣ ଭାବ ବନାଇ ରଖନ୍ତୁ |

ଆଦର ଓ ସମ୍ମାନ :

ଚାଣକ୍ୟ ତାଙ୍କ ନୀତିରେ କହିଛନ୍ତି ଯେ ଦାମ୍ପତ୍ୟ ଜୀବନରେ ସମ୍ମାନ କମ ହେବା ଉଚିତ ନୁହେଁ | ସ୍ତ୍ରୀ ହୁଅନ୍ତୁ ବା ପୁରୁଷ ଦୁହେଁ ସମ୍ମାନର ହକଦାର | ଯାହାକି ସବୁ ସମ୍ପର୍କର ମୁଖ୍ୟ ଆଧାର |

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.