Below header

ଆଜି ହେବ ମହାପ୍ରଭୁଙ୍କ ବନକଲାଗି ନୀତି: ଦ୍ବିତୀୟ ଭୋଗମଣ୍ଡପ ଶେଷ ହେବା ପରେ କରାଯିବ ନୀତି

ପୁରୀ ଶ୍ରୀମନ୍ଦିରରେ ମହାପ୍ରଭୁଙ୍କ ବନକଲାଗି ନୀତି ଅନୁଷ୍ଠିତ ହେବ । ଦ୍ୱିତୀୟ ଭୋଗ ମଣ୍ଡପ ଶେଷ ହେବା ପରେ ବନକଲାଗି ନୀତି ହେବ । ସନ୍ଧ୍ୟା ପାଖାପାଖି ୬ଟାରୁ ରାତି ୧୧ଟା ଭିତରେ ଏହି ନୀତି ସମ୍ପାଦିତ ହେବ । ଏହି ସମୟରେ ବନ୍ଦ ରହିବ ସର୍ବସାଧାରଣ ଦର୍ଶନ ।

ପୁରୀ (କେନ୍ୟୁଜ): ଆଜି ଶ୍ରାବଣ ମଳ କୃଷ୍ଣ ନବମୀ ତିଥି । ପୁରୀ ଶ୍ରୀମନ୍ଦିରରେ ମହାପ୍ରଭୁଙ୍କ ବନକଲାଗି ନୀତି ଅନୁଷ୍ଠିତ ହେବ । ଦ୍ୱିତୀୟ ଭୋଗ ମଣ୍ଡପ ଶେଷ ହେବା ପରେ ବନକଲାଗି ନୀତି ହେବ । ସନ୍ଧ୍ୟା ପାଖାପାଖି ୬ଟାରୁ ରାତି ୧୧ଟା ଭିତରେ ଏହି ନୀତି ସମ୍ପାଦିତ ହେବ । ଏହି ସମୟରେ ବନ୍ଦ ରହିବ ସର୍ବସାଧାରଣ ଦର୍ଶନ । ଏନେଇ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ସୂଚନା ଦିଆଯାଇଛି । ମହାପ୍ରଭୁଙ୍କ ଏହା ଗୁପ୍ତ ନୀତି ହୋଇଥିବାରୁ ଭକ୍ତ ମାନେ ଦର୍ଶନରୁ ବଞ୍ଚିତ ରହିବେ। ପ୍ରାକୃତିକ ଦ୍ରବ୍ୟରେ ଶ୍ରୀ ଜୀଉଙ୍କ ଶ୍ରୀମୁଖ ଶୃଙ୍ଗାର କରିବେ ଦତ୍ତମହାପାତ୍ର ସେବକ। ଶଙ୍ଖ, କସ୍ତୁରୀ, ହିଙ୍ଗୁଳ, ହରିତାଳ ଭଳି ବିଭିନ୍ନ ପ୍ରାକୃତିକ ଦ୍ରବ୍ୟରେ ମହାପ୍ରଭୁ ଙ୍କ ଶ୍ରୀ ମୁଖ ଶୃଙ୍ଗାର କରାଯିବ।

ନକଲାଗିକୁ ନେଇ ବହୁ ଦିନରୁ ବିବାଦ ଲାଗି ରହିଥିଲା । ନୀଳାଦ୍ରି ବିଜେ ପରଠୁ ଶ୍ରୀଜିଉଙ୍କର ବନକଲାଗି ନୀତି ହୋଇ ନାହିଁ । ନିକଟରେ ଶ୍ରୀମନ୍ଦିର ପରିଚାଳନା ବୈଠକରେ ବିଚାରବିମର୍ଶ ପରେ ଏହି ନୀତି ବୁଧବାର କରିବାକୁ ଦତ୍ତମହାପାତ୍ର ସେବକ ରାଜି ହୋଇଥିଲେ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.