ଆଜିର ଦିନ କିପରି କଟିବ, ଜାଣନ୍ତୁ ରାଶିଫଳ

ଆଜିର ଦିନଟି ଭଲ। ପଡ଼ୋଶୀଙ୍କ ସହିତ ମିଶି ସାମାଜିକ କାର୍ଯ୍ୟ କରିବେ। ସମାଜରେ ଆପଣଙ୍କ ମାନ ସମ୍ମାନ ବଢ଼ିବ। ମା’, ବାପାଙ୍କ ଆଶୀର୍ବାଦ ମିଳିବ। ବାପଘରୁ କୌଣସି ଶୁଭ ସମାଚାର ମିଳିବ। ମନ ପ୍ରସନ୍ନ ରହିବ। ଧାର୍ମିକ କାର୍ଯ୍ୟରେ ସହଯୋଗ କରିବେ।

ମେଷ: ଆଜିର ଦିନ ଭଲ। ପଡ଼ୋଶୀଙ୍କ ସହିତ ମିଶି ସାମାଜିକ କାର୍ଯ୍ୟ କରିବେ। ସମାଜରେ ଆପଣଙ୍କ ସମ୍ମାନ ବଢ଼ିବ। ମା’, ବାପାଙ୍କ ଆଶୀର୍ବାଦ ମିଳିବ।

ବୃଷ: ଆଜି ବାପଘରୁ କୌଣସି ଶୁଭ ସମାଚାର ମିଳିବ। ମନ ପ୍ରସନ୍ନ ରହିବ। ଧାର୍ମିକ କାର୍ଯ୍ୟରେ ସହଯୋଗ କରିବେ। ସାଥୀଙ୍କ ସହ ପାର୍କରେ ବୁଲିବେ।

ମିଥୁନ: ଦାମ୍ପତ୍ୟ ଜୀବନରେ ମିଠା ମତାନ୍ତର ରହିବ, ଯଦ୍ଦ୍ଵାରା ସମ୍ପର୍କରେ ମିଠାପଣ ଭରିଯିବ। ନୂଆ ବ୍ୟବସାୟ ଆରମ୍ଭ କରିବେ। ପ୍ରୋଜେକ୍ଟ କାମ ସାରିବେ।

କର୍କଟ: ଆଜିର ଦିନ ବହୁତ ଫାଇଦା ହେବ। ଧୌର୍ଯ୍ୟର ସହ କାମ କରନ୍ତୁ। ଆର୍ଥିକ ସ୍ଥିତିକୁ ଭଲ କରିବା ପାଇଁ ନିଜର ରଚନାତ୍ମକ କ୍ଷମତା ପ୍ରୟୋଗ କରନ୍ତୁ।

ସିଂହ: ଆପଣଙ୍କ ଦିନ ଖୁସିରେ ଭରିଯିବ। ନିଜର ଆତ୍ମବିଶ୍ୱାସ ବଳରେ ଭାବିଥିବା କାମ ପୂରା କରିବେ। ଦାମ୍ପତ୍ୟ ଜୀବନ ସୁଖ ଆସିବ। ସଫଳତା ପାଇବେ।

କନ୍ୟା: ନିଜର ବାଣୀ ଉପରେ ସଂଯତ ରୁହନ୍ତୁ। ଛାତ୍ରମାନଙ୍କୁ ପରିଶ୍ରମ ଅନୁସାରେ ଫଳ ମିଳିବ। ଆଜି ଚାକିରିଆମାନଙ୍କୁ ଅଧିକ ପରିଶ୍ରମ କରିବାକୁ ପଡ଼ିବ।

ତୁଳା: ଦିନଟି ବହୁତ ବଢ଼ିଆ ରହିବ। କୌଣସି ପ୍ରଭାବଶାଳୀ ଲୋକଙ୍କଠାରୁ ସହଯୋଗ ପାଇବେ। କାର୍ଯ୍ୟକ୍ଷେତ୍ରରେ ଆପଣଙ୍କର ପ୍ରଶଂସା ହେବ।

ବିଛା: ଆଜି କୌଣସି ମାମଲାରେ ଦଖଲ ଦିଅନ୍ତୁ ନାହିଁ। ବଡ଼ ପ୍ରୋଜେକ୍ଟରେ ପଇସା ନିବେଶ କରନ୍ତୁ ନାହିଁ। ଲଭ୍‌ମେଟଙ୍କ ପାଇଁ ଆଜିର ଦିନଟି ଭଲ।

ଧନୁ: ଚାକିରି ପରିବର୍ତ୍ତନ କରିବାକୁ ମନ ବଳାଇବେ। ମା’ଙ୍କ ସ୍ୱାସ୍ଥ୍ୟରେ ସୁଧାର ଆସିବ। ନିଜର ଭବିଷ୍ୟତ ଯୋଜନା ବିଷୟରେ କାହାକୁ କୁହନ୍ତୁ ନାହିଁ।

ମକର: ଆପଣଙ୍କ କଥାକୁ ସମସ୍ତେ ଧ୍ୟାନରେ ଶୁଣିବେ। କାର୍ଯ୍ୟକୁ ସମୟ ଅନୁସାରେ ପୂରା କରିବାକୁ ଇଚ୍ଛା କରିବେ। ଅଫିସ୍‌ରେ ସହକର୍ମୀଙ୍କ ସହଯୋଗ ମିଳିବ।

କୁମ୍ଭ: ଆପଣଙ୍କୁ କ୍ୟାରିୟର ସମ୍ବନ୍ଧରେ ନୂଆ ଅବସର ପ୍ରାପ୍ତ ହେବ। ଆଜି ଆପଣଙ୍କ ବସ୍‌ ଉପହାର ଦେଇ ପ୍ରୋତ୍ସାହିତ କରିବେ। ଧନ ଲାଭ ହେବ।

ମୀନ: ସାମାଜିକ କାର୍ଯ୍ୟରେ ମନ ଲାଗିବ। ଆଜି ଆପଣଙ୍କୁ ପରିଶ୍ରମ କରି ଆଗକୁ ବଢ଼ିବାର ଅଛି। ବିବାଦଠୁ ଦୂରେଇ ରୁହନ୍ତୁ। ଘରର ବରିଷ୍ଠଙ୍କ ଯତ୍ନ ନିଅନ୍ତୁ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.