Below header

ପବିତ୍ର ମହାଶିବରାତ୍ରୀ ଉପଲକ୍ଷେ ମହାଦେବଙ୍କ ରିଭର୍ସ ପେଣ୍ଟିଂକରି ଚର୍ଚ୍ଚାରେ ଆୟୁଷ

ଆପଣ ଅନେକ ଚିତ୍ର ଆଉ ଚିତ୍ରଶିଳ୍ପୀଙ୍କ ବିଷୟରେ ଶୁଣିଥିବେ ଆଉ ଦେଖିଥିବେ । ହେଲେ ଓଲଟା ଚିତ୍ର କରି ନିଜର ଏକ ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିପାରିଥିବା ଏହି ଚିତ୍ର ଚିତ୍ରଶିଳ୍ପୀ ସମସ୍ତଙ୍କ ଆକର୍ଷଣର କେନ୍ଦ୍ରବିନ୍ଦୁ । ପୁରୀର ଯୁବ ଚିତ୍ରଶିଳ୍ପୀ ଆୟୁଷ ମହାପାତ୍ର ।

ପୁରୀ(କେନ୍ୟୁଜ): ଆପଣ ଅନେକ ଚିତ୍ର ଆଉ ଚିତ୍ରଶିଳ୍ପୀଙ୍କ ବିଷୟରେ ଶୁଣିଥିବେ ଆଉ ଦେଖିଥିବେ । ହେଲେ ଓଲଟା ଚିତ୍ର କରି ନିଜର ଏକ ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିପାରିଥିବା ଏହି ଚିତ୍ର ଚିତ୍ରଶିଳ୍ପୀ ସମସ୍ତଙ୍କ ଆକର୍ଷଣର କେନ୍ଦ୍ରବିନ୍ଦୁ । ପୁରୀର ଯୁବ ଚିତ୍ରଶିଳ୍ପୀ ଆୟୁଷ ମହାପାତ୍ର । ଯାହାଙ୍କ ଚିତ୍ର କରିବାର ଶୈଳୀ ସମସ୍ତଙ୍କଠାରୁ ଭିନ୍ନ ।

ପୁରୀର ଯୁବ ଓଲଟା ଦ୍ରୁତଗାମୀ ଚିତ୍ରଶିଳ୍ପୀ ଆୟୁଷ୍ ମହାପାତ୍ର ପବିତ୍ର ମହାଶିବରାତ୍ରୀ ଉପଲକ୍ଷେ ପୁଣି ଥରେ ରିଭର୍ସ ପେଣ୍ଟିଂ କରିଛନ୍ତି । ଏହି ପେଣ୍ଟିଂ ମାଧ୍ୟମରେ ସେ ସମସ୍ତଙ୍କୁ ହାଦ୍ଦିକ୍ ଅଭିନନ୍ଦନ ଏବଂ ଶୁଭେଚ୍ଛା ଜଣାଇଛନ୍ତି । ପବିତ୍ର ଶିବରାତ୍ରୀ ଅବସରରେ ସାରା ଦେଶ ଏବଂ ସମସ୍ତ ଶୈବପୀଠ ଭକ୍ତିମୟ ପରିବେଶ ହୋଇଛି । ଏହି ଉପଲକ୍ଷେ ସେ ଆଦି ଯୋଗୀ ମହାଦେବଙ୍କ ପେଣ୍ଟିଂ ପ୍ରସ୍ତୁତ କରିଛନ୍ତି। ମହାଦେବଙ୍କ ପେଣ୍ଟିଂ କୁ ୫ ଫୁଟ୍ ର କ୍ଯାନଭାସରେ ୮ ମିନିଟ୍ ମଧ୍ଯ ରେ ସେ ଓଲଟା ଭାବେ ପ୍ରସ୍ତୁତ କରିଛନ୍ତି ।

ତାହା ପୁଣି ଏତେ କମ୍ ସମୟ ଭିତରେ । ଦେଖନ୍ତୁ କେମିତି ଫଟାଫଟ୍ ଚାଲୁଛି ତାଙ୍କର ଦୁଇ ହାତ । ପ୍ରଥମରୁ ଜଣେ ଦେଖଣାହାରୀ ଦେଖିଲେ ଏଭଳି ଚିତ୍ର ବୁଝିପାରିବ ନାହିଁ । ଚିତ୍ରକୁ ସିଧା କରିବା ପରେ ହିଁ ଅସଲ ଚିତ୍ରକଳା ଜଣାପଡିବ । ଏଭଳି ବିଶେଷ ଗୁଣ ନେଇ ଏବେ ଚର୍ଚ୍ଚାରେ ପୁରୀର ସୁନା ପୁଅ ଆୟୁଷ

ବାଇଟ୍ ୧- ଆୟୁଷ ମହାପାତ୍ର,ଓଲଟା ଦ୍ରୁତଗାମୀ ଚିତ୍ରଶିଳ୍ପୀ

ସବୁବେଳେ ଭିନ୍ନ କରିବାର ପ୍ରୟାସ କରିଥାନ୍ତି ଆୟୁଷ । ଏତର ବି ସେ ହ୍ରୁଦୟରୁ ମହାଦେବଙ୍କୁ ସ୍ମରଣ କରି ପେଣ୍ଟିଙ୍ଗକୁ ଶେଷ କରିଥିଲେ । ଏହି ପେଣ୍ଟିଂ ସମସ୍ତ ଭକ୍ତଙ୍କ ହ୍ରୁଦୟକୁ ଛୁଇଁଛି । ତେବେ ମହାଦେବଙ୍କ ଚିତ୍ର ଆଙ୍କି ନିଜର ଭକ୍ତି ଭାବ ପ୍ରକାଶ କରିଛନ୍ତ ଯୁବ ଶିଳ୍ପୀ ଆୟୁଷ । ଯାହାକୁ ସଭିଏଁ ପସନ୍ଦ କରିଛନ୍ତି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.