ଗୁଜରାଟ: ଛିଡ଼ା ହୋଇଥିବା ବେଳେ ଆସିଲା ହୃଦ୍‌ଘାତ, ସେଇଠି ଟଳିପଡ଼ି ଚାଲିଗଲା ବ୍ୟବସାୟୀଙ୍କ ଜୀବନ

ଗୁଜରାଟରେ ୪୦ ବର୍ଷୀୟ ଜଣେ ବ୍ୟବସାୟୀଙ୍କ ହୃଦ୍‌ଘାତରେ ମୃତ୍ୟୁ ଘଟିଛି । ସେ ଛିଡ଼ା ହୋଇଥିବା ବେଳେ ହଠାତ୍‌ ତାଙ୍କୁ ଛାତିରେ ଯନ୍ତ୍ରଣା ଅନୁଭବ ହୋଇଥିଲା । ଏହାପରେ ଲୋକମାନେ ତାଙ୍କୁ ହସ୍ପିଟାଲ ନେଇଯାଇଥିଲେ । ହେଲେ ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ ।

ଗୁଜରାଟରେ ୪୦ ବର୍ଷୀୟ ଜଣେ ବ୍ୟବସାୟୀଙ୍କ ହୃଦ୍‌ଘାତରେ ମୃତ୍ୟୁ ଘଟିଛି । ସେ ଛିଡ଼ା ହୋଇଥିବା ବେଳେ ହଠାତ୍‌ ତାଙ୍କୁ ଛାତିରେ ଯନ୍ତ୍ରଣା ଅନୁଭବ ହୋଇଥିଲା । ଏହାପରେ ଲୋକମାନେ ତାଙ୍କୁ ହସ୍ପିଟାଲ ନେଇଯାଇଥିଲେ । ହେଲେ ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ । ଏହି ଘଟଣାର ସିସିଟିଭି ଫୁଟେଜ୍‌ ସାମ୍ନାକୁ ଆସିଛି ।

ସୂଚନା ମୁତାବକ, ଇଲିୟାସ ଦେବଲା ନାମକ ଏହି ବ୍ୟବସାୟୀ ରାଜକୋଟ ଜିଲ୍ଲାର ଉପଲୋଟାର ବାସିନ୍ଦା ଥିଲେ । ସେ କପଡ଼ା ବ୍ୟବସାୟ କରୁଥିଲେ । ଉପଲୋଟାରେ ଜିଲାନି ଚଏସ୍‌ ନାମରେ ତାଙ୍କର ଏକ ରେଡିମେଡ୍‌ କପଡ଼ା ଦୋକାନ ରହିଛି । ଦୋକାନ ପାଇଁ ମାଲ୍‌ କିଣିବାକୁ ସେ ଅହମ୍ମଦାବାଦ ଯାଇଥିଲେ । ଯେତେବେଳେ ସେ ବଜାରରେ ଅନ୍ୟ ଜଣେ ବ୍ୟକ୍ତିଙ୍କ ସହ ଛିଡ଼ା ହୋଇଥିଲେ, ସେତେବେଳେ ହଠାତ୍‌ ତାଙ୍କର ଛାତି ଯନ୍ତ୍ରଣା ହୋଇଥିଲା ।

ଏହି ସମୟରେ ଇଲିୟାସ ପାଖରେ ଛିଡ଼ା ହୋଇଥିବା ବ୍ୟକ୍ତିଙ୍କ କାନ୍ଧର ସାହାରା ନେଇଥିଲେ, ହେଲେ ସମ୍ଭାଳି ପାରି ନ ଥିଲେ । ସେହିଠାରେ ହିଁ ସେ ତଳେ ପଡ଼ିଯାଇଥିଲେ । ଏହାପରେ ତୁରନ୍ତ ତାଙ୍କୁ ହସ୍ପିଟାଲ ନିଆଯାଇଥିଲା, ଯେଉଁଠି ତାଙ୍କର ମୃତ୍ୟୁ ଘଟିଥିଲା । ବ୍ୟବସାୟୀଙ୍କ ମୃତ୍ୟୁରେ ତାଙ୍କ ପରିବାରରେ ଶୋକର ଛାୟା ଖେଳିଯାଇଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.