Below header

ନିର୍ବାଚନୀ ବଣ୍ଡ ମାମଲା: ମାର୍ଚ୍ଚ ୧୧ରେ ଏସବିଆଇ ଆବେଦନର ଶୁଣାଣି

ନିର୍ବାଚନୀ ବଣ୍ଡ ମାମଲାରେ ଭାରତୀୟ ଷ୍ଟେଟବ୍ୟାଙ୍କର ଆବେଦନ ଉପରେ ମାର୍ଚ୍ଚ ୧୧ରେ ସୁପ୍ରିମକୋର୍ଟ ଶୁଣାଣି । ସୁପ୍ରିମକୋର୍ଟର ସାମ୍ବିଧାନିକ ଖଣ୍ଡପୀଠ ମାମଲାର ଶୁଣାଣି କରିବେ ।

ନୂଆଦିଲ୍ଲୀ : ନିର୍ବାଚନୀ ବଣ୍ଡ ମାମଲାରେ ଭାରତୀୟ ଷ୍ଟେଟବ୍ୟାଙ୍କର ଆବେଦନ ଉପରେ ମାର୍ଚ୍ଚ ୧୧ରେ ସୁପ୍ରିମକୋର୍ଟ ଶୁଣାଣି । ସୁପ୍ରିମକୋର୍ଟର ସାମ୍ବିଧାନିକ ଖଣ୍ଡପୀଠ ମାମଲାର ଶୁଣାଣି କରିବେ । ଏଡିଆର ଓ କମନକଜ୍ ପକ୍ଷରୁ ଦାଖଲ ହୋଇଥିବା ଅଦାଲତ ଅବମାନନା ପିଟିସନର ମଧ୍ୟ ଶୁଣାଣି କରିବେ ସୁପ୍ରିମକୋର୍ଟ । ନିର୍ବାଚନ କମିଶନଙ୍କ ନିକଟରେ ନିର୍ବାଚନୀ ବଣ୍ଡ ସଂପର୍କିତ ସମସ୍ତ ତଥ୍ୟ ଦାଖଲ କରିବାକୁ ଜୁନ୍ ୩୦ ପର୍ଯ୍ୟନ୍ତ ସମୟ ମାଗିଛି ଏସବିଆଇ ।

ମାର୍ଚ୍ଚ ୬ ତାରିଖ ସୁଦ୍ଧା ତଥ୍ୟ ଦେବାକୁ ପୂର୍ବରୁ ସୁପ୍ରିମକୋର୍ଟ ନିର୍ଦ୍ଦେଶ ଦେଇଥିଲେ । ସମସ୍ତ ତଥ୍ୟ ମାର୍ଚ୍ଚ ୧୩ ତାରିଖ ସୁଦ୍ଧା ନିଜ ୱେବ ସାଇଟରେ ଅପଲୋଡ୍ କରିଥାନ୍ତେ ଇସିଆଇ । ତେବେ ମାର୍ଚ୍ଚ ୬ ତାରିଖ ସୁଦ୍ଧା ତଥ୍ୟ ଦେବା ସମ୍ଭବ ନୁହେଁ ବୋଲି କହିଥିଲା ଭାରତୀୟ ଷ୍ଟେଟ୍ ବ୍ୟାଙ୍କ । ଜୁନ ୩୦ ପର୍ଯ୍ୟନ୍ତ ସମୟ ଦେବାକୁ ସୁପ୍ରିମକୋର୍ଟରେ ଆବଦେନ କରିଥିଲା । ନିର୍ବାଚନୀ ବଣ୍ଡକୁ ଅସିଦ୍ଧ ଘୋଷଣା କରିଛନ୍ତି ସୁପ୍ରିମକୋର୍ଟ ।

 

 

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.