ସ୍କିନ୍‌ରୁ ଡ୍ରାଏନେସ୍‌ ଏବଂ ଅନ୍ୟାନ୍ୟ ସମସ୍ୟା ଦୂର କରିବାକୁ ଚାହୁଁଛନ୍ତି କି ? ବ୍ୟବହାର କରନ୍ତୁ ଏହି ଫୁଲର ଫେସପ୍ୟାକ

ଯଦି ଆପଣ ଏହି ଗରମ ସମୟରେ ସ୍କିନ୍‌ ସମ୍ବନ୍ଧୀୟ କୌଣସି ସମସ୍ୟା ହେବାକୁ ଚାହୁଁନାହାଁନ୍ତି, ତେବେ ନିଶ୍ଚିତ ଭାବରେ ଏହି ଘରୋଇ ଉପଚାରକୁ ଫଲୋ କରନ୍ତୁ । ଯାହାଦ୍ୱାରା ଆପଣ ସ୍କିନ୍‌ର ସମସ୍ତ ସମସ୍ୟାରୁ ସହଜରେ ମୁକ୍ତି ପାଇପାରିବେ ।

ବର୍ତ୍ତମାନ ସମସ୍ତ ଲୋକ ନିଜ ସ୍କିନ୍‌କୁ ସୁନ୍ଦର କରିବା ପାଇଁ କିଛି ନା କିଛି କ୍ରିମ୍‌ ବ୍ୟବହାର କରିଥାନ୍ତି । ଏହା ସହ ସ୍କିନ୍‌ର ଯତ୍ନ ନେବା ପାଇଁ ଲୋକମାନେ ପ୍ରାୟତଃ ମହଙ୍ଗା ପ୍ରଡକ୍ଟ ବ୍ୟବହାର କରନ୍ତି । କିନ୍ତୁ ଏହା ପରେ ମଧ୍ୟ ଲୋକଙ୍କ ମୁହଁରେ କିଛି ନା କିଛି ସମସ୍ୟା ହୋଇଥାଏ । ଏହି ଗରମ ସମୟରେ ଲୋକମାନ ନିଜ ଚେହେରାର ଅଧିକ ଯତ୍ନ ନେବା ଉଚିତ । ଯଦି ଆପଣ ଏହି ଗରମ ସମୟରେ ସ୍କିନ୍‌ ସମ୍ବନ୍ଧୀୟ କୌଣସି ସମସ୍ୟା ହେବାକୁ ଚାହୁଁନାହାଁନ୍ତି, ତେବେ ନିଶ୍ଚିତ ଭାବରେ ଏହି ଘରୋଇ ଉପଚାରକୁ ଫଲୋ କରନ୍ତୁ । ଯାହାଦ୍ୱାରା ଆପଣ ସ୍କିନ୍‌ର ସମସ୍ତ ସମସ୍ୟାରୁ ସହଜରେ ମୁକ୍ତି ପାଇପାରିବେ । ତାହେଲେ ଆସନ୍ତୁ ଜାଣିବା ଯେ ଏହି ଘରୋଇ ଉପଚାର କିପରି ବ୍ୟବହାର କରିବେ । ନିଜ ସ୍କିନ୍‌ର ଯତ୍ନ ନେବା ପାଇଁ ଆପଣ କମଳା ଚୋପା ଏବଂ ଗୋଲାପ ଫୁଲ ସହିତ ଏକ ଫେସ୍ ପ୍ୟାକ୍ ପ୍ରସ୍ତୁତ କରନ୍ତୁ । ଏହି ଫେସ୍ ପ୍ୟାକ୍ ଆପଣଙ୍କ ଡ୍ରାଏ ସ୍କିନ୍‌ ଏବଂ ପିମ୍ପଲ୍ସ ପାଇଁ ଅତ୍ୟନ୍ତ ଲାଭଦାୟକ । ତେବେ ଆସନ୍ତୁ ଜାଣିବା ଏହି ଫେସ୍ ପ୍ୟାକ୍ କିପରି ତିଆରି କରିବେ ।

ଜାଣନ୍ତୁ ଫେସ୍ ପ୍ୟାକ୍ କିପରି ତିଆରି କରିବେ ?
ଏହି ଫେସ୍ ପ୍ୟାକ୍ ତିଆରି କରିବାକୁ ଯେତିକି କମଳା ଚୋପା ନେବେ ସେତିକି ପରିମାଣର ଗୋଲାପ ଫୁଲ ନେବେ । ଏହାପରେ ସେଗୁଡ଼ିକୁ ଖରାରେ ଶୁଖାଇ ଦେବେ । ଯେତେବେଳେ ଏହା ସମ୍ପୂର୍ଣ୍ଣ ଶୁଖିଯିବ, ଏହାକୁ ଏକ ମିକ୍ସର୍ ନେଇ ଭଲ ଭାବରେ ଗ୍ରାଇଣ୍ଡ୍ କରିଦେବେ । ତାପରେ ସେହି ପାଉଡରରେ ବେସନ ଏବଂ ହଳଦୀ ମିଶାଇ ଦେବେ । ଏହାପରେ ଦେଖିବେ ଆପଣଙ୍କ ଫେସ୍ ପ୍ୟାକ୍ ପ୍ରସ୍ତୁତ ହୋଇଯିବ । ଏବେ ଏହାକୁ ଏକ ଡବାରେ ଭର୍ତ୍ତି କରି ରଖିଦେବେ । ତେବେ ଆପଣ ଯେତେବେଳେ ଚାହିଁବେ ଏହାକୁ ବ୍ୟବହାର କରିପାରିବେ । ଏହି ଫେସପ୍ୟାକ୍ କୁ ଲଗାଇବା ପୂର୍ବରୁ ବାସ ସେଥିରେ ଅଧା ଚାମଚ ମହୁ ମିଶାଇ ଦେବେ । ଦେଖିବେ ଏହି ଫେସ୍‌ପ୍ୟାକ୍‌କୁ ବ୍ୟବହାର କରିବା ପରେ ଆପଣଙ୍କ ସ୍କିନ୍‌ରୁ ଡ୍ରାଏନେସ୍‌ ଦୂର ହେବା ସହ ଚେହେରା ବହୁତ ସୁନ୍ଦର ମଧ୍ୟ ଦେଖାଯିବ । ଏହା ବ୍ୟତୀତ ଆପଣ ସ୍କିନ୍‌ ସମ୍ବନ୍ଧୀୟ ଅନେକ ସମସ୍ୟାରୁ ମୁକ୍ତି ମଧ୍ୟ ପାଇବେ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.