ନ୍ୟାସନାଲ କ୍ରିଏଟର୍ସ ଆଓ୍ଵାର୍ଡ ଘୋଷଣା, ଯୁବ କ୍ରିଏଟର୍ସଙ୍କୁ ସମ୍ମାନିତ କଲେ ମୋଦି

ଅନ୍ତର୍ଜାତୀୟ ମହିଳା ଦିବସ ଅବସରରେ ପ୍ରତିଷ୍ଠିତ ଯୁବବର୍ଗଙ୍କୁ ନ୍ୟାସନାଲ କ୍ରିଏଟର୍ସ ଆୱାର୍ଡ ପ୍ରଦାନ କରିଛନ୍ତି ପ୍ରଧାନମନ୍ତ୍ରୀ ମୋଦି । ୨୦୨୪ ପାଇଁ ଦେଶର ଟପ୍‌ କ୍ରିଏଟର୍ସଙ୍କୁ ସମ୍ମାନିତ କରାଯାଇଛି । ଲୋକପ୍ରିୟ ପ୍ରବଚକ ଜୟାକିଶୋରୀ, ଲୋକଗାୟିକା ମୈଥିଳୀ ଠାକୁର, ଆରଜେ ରୌନକ, କାମିୟା ଜାନୀଙ୍କ ଭଳି ବିଭିନ୍ନ କ୍ଷେତ୍ରରେ ପ୍ରତିଷ୍ଠା ଅର୍ଜନ କରିଥିବା ଯୁବବର୍ଗଙ୍କୁ ଏହି ପୁରସ୍କାର ପ୍ରଦାନ କରାଯାଇଛି ।

ଅନ୍ତର୍ଜାତୀୟ ମହିଳା ଦିବସ ଅବସରରେ ପ୍ରତିଷ୍ଠିତ ଯୁବବର୍ଗଙ୍କୁ ନ୍ୟାସନାଲ କ୍ରିଏଟର୍ସ ଆୱାର୍ଡ ପ୍ରଦାନ କରିଛନ୍ତି ପ୍ରଧାନମନ୍ତ୍ରୀ ମୋଦି । ୨୦୨୪ ପାଇଁ ଦେଶର ଟପ୍‌ କ୍ରିଏଟର୍ସଙ୍କୁ ସମ୍ମାନିତ କରାଯାଇଛି । ନୂଆଦିଲ୍ଲୀ ଭାରତ ମଣ୍ଡପମରେ ଆୟୋଜିତ କାର୍ଯ୍ୟକ୍ରମରେ ଦେଶର ପ୍ରଥମ ନ୍ୟାସନାଲ କ୍ରିଏଟର୍ସ ଆୱାର୍ଡ ପ୍ରଦାନ କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି।

ଲୋକପ୍ରିୟ ପ୍ରବଚକ ଜୟାକିଶୋରୀ, ଲୋକଗାୟିକା ମୈଥିଳୀ ଠାକୁର, ଆରଜେ ରୌନକ, କାମିୟା ଜାନୀଙ୍କ ଭଳି ବିଭିନ୍ନ କ୍ଷେତ୍ରରେ ପ୍ରତିଷ୍ଠା ଅର୍ଜନ କରିଥିବା ଯୁବବର୍ଗଙ୍କୁ ଏହି ପୁରସ୍କାର ପ୍ରଦାନ କରାଯାଇଛି । ସୋସିଆଲ ମିଡିଆରେ କଣ୍ଟେଣ୍ଟ କମ୍ୟୁନିଟି ମାଧ୍ୟମରେ ସୃଜନଶୀଳତା ଦିଗରେ ଉଠାଯାଇଥିବା ପଦକ୍ଷେପ ନେଇ ସମ୍ମାନିତ କରାଯାଇଛି । ଏ ସମ୍ମାନ ଆଗାମୀ ଦିନରେ ବହୁ ମହତ୍ତ୍ବପୂର୍ଣ୍ଣ ସ୍ଥାନ ନେବ ବୋଲି ଉଦବୋଧନ ଦେଇ କହିଛନ୍ତି ପ୍ରଧାନମନ୍ତ୍ରୀ ମୋଦି ।

ଏହି ପୁରସ୍କାର ବହୁ ଯୁବବର୍ଗଙ୍କୁ ନୂଆ ପରିଚୟ ଦେବ। ଯୁବବର୍ଗ ଦେଶର ଭବିଷ୍ୟତ। ସୋସିଆଲରେ ମିଡିଆରେ ଏମାନଙ୍କ ସୃଜନଶୀଳତା ଦ୍ବାରା କେତେ ଯୁବବର୍ଗ ପ୍ରଭାବିତ ହେଉଛନ୍ତି ତାହା ସେମାନଙ୍କ ଲୋକପ୍ରିୟତାକୁ ଦର୍ଶାଉଛି ବୋଲି କହିଛନ୍ତି ମୋଦି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.