ରାଜ୍ୟସଭାକୁ ମନୋନୀତ ହେଲେ ସୁଧା ମୂର୍ତ୍ତି, ପ୍ରଧାନମନ୍ତ୍ରୀ ଜଣାଇଲେ ଶୁଭେଚ୍ଛା

ପ୍ରସିଦ୍ଧ ଲେଖିକା ସୁଧା ମୂର୍ତ୍ତି ରାଜ୍ୟସଭା ପାଇଁ ମନୋନୀତ । ରାଷ୍ଟ୍ରପତି ସୁଧା ମୂର୍ତ୍ତିଙ୍କୁ ରାଜ୍ୟସଭା ପାଇଁ ମନୋନୀତ କରିଛନ୍ତି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ନିଜ X ହ୍ୟାଣ୍ଡେଲରେ ଏହି ସୂଚନା ଦେଇଛନ୍ତି ।

ଇନଫୋସିସର କୋ-ଫାଉଣ୍ଡର ନାରାୟଣ ମୂର୍ତ୍ତିଙ୍କ ପତ୍ନୀ ତଥା ପ୍ରସିଦ୍ଧ ଲେଖିକା ସୁଧା ମୂର୍ତ୍ତି ରାଜ୍ୟସଭା ପାଇଁ ମନୋନୀତ । ରାଷ୍ଟ୍ରପତି ସୁଧା ମୂର୍ତ୍ତିଙ୍କୁ ରାଜ୍ୟସଭା ପାଇଁ ମନୋନୀତ କରିଛନ୍ତି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ନିଜ X ହ୍ୟାଣ୍ଡେଲରେ ଏହି ସୂଚନା ଦେଇଛନ୍ତି ।

ମୋଦି ଲେଖିଛନ୍ତି, ମୁଁ ଖୁସି କି ଭାରତର ରାଷ୍ଟ୍ରପତି ସୁଧା ମୂର୍ତ୍ତିଙ୍କୁ ରାଜ୍ୟସଭା ପାଇଁ ମନୋନୀତ କରିଛନ୍ତି । ସୁଧାଜୀଙ୍କ ସାମାଜିକ କାର୍ଯ୍ୟ, ପରୋପକାର ଏବଂ ଶିକ୍ଷା ସହିତ ବିଭିନ୍ନ କ୍ଷେତ୍ରରେ ଯୋଗଦାନ ଅତୁଳନୀୟ ଏବଂପ୍ରେରଣାଦାୟକ । ରାଜ୍ୟସଭାରେ ତାଙ୍କ ଉପସ୍ଥିତି ନାରୀ ଶକ୍ତିର ଏକ ଶକ୍ତିଶାଳୀ ପ୍ରମାଣ । ଯାହା ଆମ ଦେଶର ନିୟତିକୁ ଆକାର ଦେବାକୁ ମହିଳାଙ୍କ ଶକ୍ତି ଏବଂ କ୍ଷମତାର ଉଦାହରଣ । ତାଙ୍କ ସଫଳ ସଂସଦୀୟ କାର୍ଯ୍ୟକାଳ ପାଇଁ କାମନା କରୁଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.