ନୋବେଲ ବିଜେତା କୈଳାଶ ସତ୍ୟାର୍ଥୀଙ୍କ ଉପରେ ଆକ୍ରମଣ ମାମଲା: ୨୦ ବର୍ଷ ପରେ ସର୍କସ୍‌ ମାଲିକ ଓ ମ୍ୟାନେଜର ଦୋଷୀ ସାବ୍ୟସ୍ତ

୨୦ ବର୍ଷ ତଳେ ନୋବେଲ ପୁରସ୍କାର ବିଜେତା କୈଳାଶ ସତ୍ୟାର୍ଥୀଙ୍କ ଉପରେ ଆକ୍ରମଣ କରିଥିବା ଦୁଇ ଜଣ ବ୍ୟକ୍ତିଙ୍କୁ ଉତ୍ତର ପ୍ରଦେଶ ଗୋଣ୍ଡା ଜିଲ୍ଲାର ଏକ କୋର୍ଟ ଦୋଷୀ ସାବ୍ୟସ୍ତ କରିଛନ୍ତି ।

୨୦ ବର୍ଷ ତଳେ ନୋବେଲ ପୁରସ୍କାର ବିଜେତା କୈଳାଶ ସତ୍ୟାର୍ଥୀଙ୍କ ଉପରେ ଆକ୍ରମଣ କରିଥିବା ଦୁଇ ଜଣ ବ୍ୟକ୍ତିଙ୍କୁ ଉତ୍ତର ପ୍ରଦେଶ ଗୋଣ୍ଡା ଜିଲ୍ଲାର ଏକ କୋର୍ଟ ଦୋଷୀ ସାବ୍ୟସ୍ତ କରିଛନ୍ତି । ଏହି ଘଟଣା ସେବେ ଘଟିଥିଲା, ଯେବେ କୈଳାଶ ସତ୍ୟାର୍ଥୀ ଏବଂ ତାଙ୍କର ସହକର୍ମୀମାନେ ପୋଲିସ ସହ ମିଶି ସର୍କସରେ କାମ କରୁଥିବା ନାବାଳିକାମାନଙ୍କୁ ବଞ୍ଚାଇବାକୁ ଚେଷ୍ଟା କରିଥିଲେ ।

ଏହି ମାମଲାରେ କୋର୍ଟ ଗ୍ରେଟ୍‌ ରୋମାନ୍‌ ସର୍କସ୍‌ର ମାଲିକ ରଜା ମହମ୍ମଦ ଖାନ ଓ ମ୍ୟାନେଜର ଶଫି ଖାନଙ୍କୁ ଦୋଷୀ ସାବ୍ୟସ୍ତ କରିଛନ୍ତି । ଉଭୟଙ୍କୁ ୧ ବର୍ଷ ପାଇଁ ଭଲ ଆଚରଣର ଯାଞ୍ଚରେ ମୁକ୍ତ କରାଯିବା ଉଚିତ ବୋଲି କୋର୍ଟ ନିର୍ଦ୍ଦେଶ ଦେଇଛନ୍ତି । ଏହି ସର୍ତ୍ତରେ ଏହା କୁହାଯାଇଛି କି, ଏହି ଅବଧି ମଧ୍ୟରେ ସେମାନେ ନିୟମ ଭଙ୍ଗ କରିବେ ନାହିଁ ।

କୋର୍ଟ ଏହା ମଧ୍ୟ ଆଦେଶ ଦେଇଛନ୍ତି ଯେ ଆକ୍ରମଣରେ ଆହତ ପ୍ରତ୍ୟେକ ୪ ଜଣଙ୍କୁ ୫ ହଜାର ଟଙ୍କା ଲେଖାଏ କ୍ଷତିପୂରଣ ପ୍ରଦାନ କରାଯିବ । କହି ରଖୁଛୁ, ୨୦୦୪ରେ ସର୍କସ୍‌ର ମ୍ୟାନେଜମେଣ୍ଟ ‘ବଚପନ୍‌ ବଞ୍ଚାଅ ଆନ୍ଦୋଳନ’ର ସଂସ୍ଥାପକ କୌଳାଶ ସତ୍ୟାର୍ଥୀ, ତାଙ୍କ ପୁଅ ଭୁବନ, ସହକର୍ମୀ ରମାକାନ୍ତ ରାୟ, ରାକେଶ ସିଂ ଏବଂ ଅନ୍ୟମାନଙ୍କ ଉପରେ ଆକ୍ରମଣ କରିଥିଲା ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.