କିପରି ମହିଳା ଦିବସର ପ୍ରତୀକ ହେଲା ପର୍ପଲ କଲର ଏବଂ ଏହାର ଅର୍ଥ କ’ଣ?

ମହିଳା ଦିବସ ଦିନ ଆପଣ ପ୍ରାୟତଃ ବାଇଗଣୀ ରଙ୍ଗ ଦେଖିବାକୁ ପାଉଥିବେ । ବିଶେଷ କଥା ହେଉଛି ମହିଳା ଦିବସ ପାଇଁ ପ୍ରସ୍ତୁତ କାର୍ଡରେ ମଧ୍ୟ ସମାନ ରଙ୍ଗ ଦେଖିବାକୁ ମିଳିଥାଏ । ତଥାପି, ଖୁବ୍ କମ୍ ଲୋକ ଜାଣନ୍ତି କାହିଁକି ମହିଳା ଦିବସରେ ବାଇଗଣୀ ରଙ୍ଗ ଅଧିକ ଦେଖାଯାଏ ଏବଂ ଏହା କେବେ ମହିଳାମାନଙ୍କ ସହିତ ଜଡିତ ହେଲା ।

ପ୍ରତିବର୍ଷ ମାର୍ଚ୍ଚ ୮ ରେ ସମଗ୍ର ବିଶ୍ୱରେ ଆନ୍ତର୍ଜାତୀୟ ମହିଳା ଦିବସ ପାଳନ କରାଯାଏ । ମହିଳାମାନଙ୍କ ପାଇଁ ଏହି ଦିନଟି ଅତ୍ୟନ୍ତ ସ୍ୱତନ୍ତ୍ର, ଏହି ଦିନ ଅନେକ ସ୍ଥାନରେ କାର୍ଯ୍ୟକ୍ରମ ମଧ୍ୟ ଆୟୋଜିତ ହୋଇଥାଏ । ଆଜି ସାରା ଦେଶରେ ତଥା ସାରା ବିଶ୍ୱରେ ମହିଳା ଦିବସ ପାଳନ କରାଯାଉଛି । ଆନ୍ତର୍ଜାତୀୟ ମହିଳା ଦିବସ ମହିଳା ଅଧିକାର କାର୍ଯ୍ୟକର୍ତ୍ତା କ୍ଲାରା ଜେଟକିନଙ୍କ ଦ୍ୱାରା ଆରମ୍ଭ ହୋଇଥିଲା ।

ଯାହାକୁ ବର୍ତ୍ତମାନ ଏହି ଦିନ ପ୍ରତିବର୍ଷ ପାଳନ କରାଯାଉଛି । ଏହି ଦିନ ଆପଣ ପ୍ରାୟତଃ ବାଇଗଣୀ ରଙ୍ଗ ଦେଖିବାକୁ ପାଉଥିବେ । ବିଶେଷ କଥା ହେଉଛି ମହିଳା ଦିବସ ପାଇଁ ପ୍ରସ୍ତୁତ କାର୍ଡରେ ମଧ୍ୟ ସମାନ ରଙ୍ଗ ଦେଖିବାକୁ ମିଳିଥାଏ । ତଥାପି, ଖୁବ୍ କମ୍ ଲୋକ ଜାଣନ୍ତି କାହିଁକି ମହିଳା ଦିବସରେ ବାଇଗଣୀ ରଙ୍ଗ ଅଧିକ ଦେଖାଯାଏ ଏବଂ ଏହା କେବେ ମହିଳାମାନଙ୍କ ସହିତ ଜଡିତ ହେଲା । ତେବେ ଆପଣଙ୍କୁ କହି ରଖୁଛୁ ଯେ ବାଇଗଣୀ ରଙ୍ଗ ନ୍ୟାୟ ଏବଂ ସମ୍ମାନର ପ୍ରତୀକ ।

ଏହି କଲର ମହିଳାମାନଙ୍କର ସମ୍ମାନ ସହିତ ଜଡିତ ବୋଲି କୁହାଯାଏ । ବାଇଗଣୀ ରଙ୍ଗ ମହିଳା ଦିବସର ପ୍ରତୀକ ଭାବରେ ପରିଗଣିତ ହୋଇଛି । ଏହି ବିଶେଷ ଦିନରେ ବାଇଗଣୀ ରଙ୍ଗର ଜିନିଷ ପିନ୍ଧିବା ମହିଳା ଏକତାର ପ୍ରତୀକ ଭାବରେ ବିବେଚନା କରାଯାଏ । ଏଥି ସହିତ, ବିଶ୍ୱରେ ଶାନ୍ତି ବଜାୟ ରଖିବାରେ ମହିଳାଙ୍କ ଭୂମିକା ମଧ୍ୟ ଗୁରୁତ୍ୱପୂର୍ଣ୍ଣ ବିବେଚନା କରାଯାଏ, ଯେଉଁଥିପାଇଁ ଏହି ରଙ୍ଗ ଏହି ବିଶେଷ ଉତ୍ସବର ଏକ ଅଂଶ ହୋଇପାରିଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.