ଧର୍ମଶାଳାରେ ରେକର୍ଡ ଭାଙ୍ଗିଲେ ରୋହିତ-ଶୁବମନ, ଭାରତ ବର୍ତ୍ତମାନ ସୁଦ୍ଧା ୩୭୬/୩

ପଞ୍ଚମ ଟେଷ୍ଟର ପ୍ରଥମ ଇନିଂସରେ ରୋହିତ ଓ ଗିଲଙ୍କ ଶତକ ଭାରତୀୟ ଟିମକୁ ଦୃଢ ସ୍ଥିତିରେ ପହଞ୍ଚାଇଛନ୍ତି । ପ୍ରଥମ ପାଳିରେ ଭାରତ ୩ ଓ୍ଵିକେଟ ହରାଇ ୩୭୧ ରନ୍‌ କରିଛି । ଏହାସହିତ ୧୫୪ ରନରେ ଆଗୁଆ ରହିଛି ଭାରତ ।

ଧର୍ମଶାଳା ଟେଷ୍ଟରେ ରୋହିତ ଏବଂ ଗିଲ ଶତକୀୟ ପାଳି ଖେଳିଛନ୍ତି । ପଞ୍ଚମ ଟେଷ୍ଟର ପ୍ରଥମ ଇନିଂସରେ ରୋହିତ ଓ ଗିଲଙ୍କ ଶତକ ଭାରତୀୟ ଟିମକୁ ଦୃଢ ସ୍ଥିତିରେ ପହଞ୍ଚାଇଛନ୍ତି । ପ୍ରଥମ ପାଳିରେ ଭାରତ ୩ ଓ୍ଵିକେଟ ହରାଇ ୩୭୬ ରନ୍‌ କରିଛି । ଏହାସହିତ ୧୫୪ ରନରେ ଆଗୁଆ ରହିଛି ଭାରତ ।

ପ୍ରଥମେ ରୋହିତ ଶର୍ମା ଶତକ ମାରିବା ପରେ ଶୁବମନ ଗିଲ ଶତକ କରିଛନ୍ତି । ଟେଷ୍ଟ କ୍ରିକେଟରେ ରୋହିତଙ୍କ ଏହା ୧୨ ତମ ଶତକ । ୧୫୪ ବଲରେ ଦ୍ବାଦଶ ଶତକ ହାସଲ କରିଛନ୍ତି ହିଟ୍ ମ୍ୟାନ । ସେ ୫୯ ମ୍ୟାଚରୁ ଏହି ରେକର୍ଡ ହାସଲ କରିଛନ୍ତି । ସେହିପରି ନିଜ କ୍ୟାରିୟରର ଚତୁର୍ଥ ଶତକ ହାସଲ କରିଛନ୍ତି ଶୁବମନ ଗିଲ୍ । ରୋହିତ ଶର୍ମା ୧୬୨ ବଲ ଖେଳି ୧୦୩ ରନ୍‌ କରିଥିବା ବେଳେ ଶୁବମନ ଗିଲ୍‌ ୧୫୦ ବଲରେ ୧୧୦ ରନ୍‌ କରି ଆଉଟ ହୋଇଛନ୍ତି । ଯଶସ୍ୱୀ ୫୭ ରନ୍‌ କରି ଆଉଟ୍‌ ହୋଇଥିବା ବେଳେ ଏବେ ଦେବଦତ୍ତ ପାଡ୍ଡିକିଲ ଏବଂ ସରଫରାଜ ଖାନ ୫୩ ରନରେ ବ୍ୟାଟିଂ କରୁଛନ୍ତି ।

ପଞ୍ଚମ ଟେଷ୍ଟର ଦ୍ବିତୀୟ ଦିନରେ ୧୩୫ ରନରୁ ଖେଳ ଆରମ୍ଭ କରିଥିଲା ଭାରତ । ଇଂଲଣ୍ଡ ପ୍ରଥମ ଇନିଂସରେ ୨୧୮ ରନରେ ଅଲଆଉଟ ହୋଇଯାଇଛି । କୁଲଦୀପ ଏବଂ ଅଶ୍ବିନଙ୍କ ଜବରଦସ୍ତ ବୋଲିଂ ଆଗରେ ବେଶୀ ସମୟ ତିଷ୍ଠି ପାରିନଥିଲେ ଇଂଲିଶ ବାହିନୀ । ଭାରତ ୩-୧ରେ ଆଗୁଆ ସିରିଜ କବଜା କରିଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.